BREAKING
Loading...
:

ଫୁଲଟା ସରପଞ୍ଚଙ୍କ ଘରକୁ ବୋମା ମାଡ*

 *ଫୁଲଟା ସରପଞ୍ଚଙ୍କ ଘରକୁ ବୋମା ମାଡ* 

 *ବ୍ରହ୍ମପୁର( ମଣିଭଦ୍ରା ଖବର) ବ୍ରହ୍ମପୁର ନିକଟ ଫୁଲଟା ପଞ୍ଚାୟତ ସରପଞ୍ଚ ମମତା ନାହାକଙ୍କ ଘରକୁ ବୋମା ମାଡ଼। ଆଜି ରାତି ପ୍ରାୟ ସାଢେ଼ ୧୧ଟାରେ କିଛି ଦୁବୃର୍ତ୍ତ ବୋମା ମାଡ କରି ଫେରାର ହୋଇଯାଇଥିବା ବେଳେ ଗ୍ରାମରେ ଆତଙ୍କ ଖେଳିଯାଇଛି। ଏଥିରେ କେହି ମୃତହାତ ନଥିବା ପୁଲିସ ସୂତ୍ରରୁ ପ୍ରକାଶ। ରାଜନୈତିକ ଶତ୍ରୁତା ନା ବୋମା ମାଡ଼ ପଛରେ ଆଉ କିଛି କାରଣ ରହିଛି ସ୍ପଷ୍ଟ ହୋଇପାରିନାହିଁ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗ୍ରାମରେ ଅଶାନ୍ତ ବାତାବରଣ ଥିବାରୁ ୩ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଛି। ପାର୍ବଣ ସମୟରେ ଏଭଳି ଘଟଣା  ଆତଙ୍କ ଖେଲାଇଦେଇଛି। ଗ୍ରାମରେ କିଛିଦିନ ହେଲା ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିଲା। ଆଜି ରାତିରେ ଏଭଳି ଘଟଣା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ବଢ଼ିଛି।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS