ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଧାୟକ
ଗଣିଆ (ମଣିଭଦ୍ରା ଖବର) ଗଣିଆ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ତହସିଲଦାର ପ୍ରିତିବାଳା ରଣା, ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆ, ଅତିରିକ୍ତ ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ ।
ଶିଶୁ ମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ସରକାରଙ୍କ ଏଭଳି ସୁନ୍ଦର ପ୍ରୟାସ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ । ଛାତ୍ର ଛାତ୍ରୀ ମାନେ ପାଠ ପଢାକୁ ଗୁରୁତ୍ବ ଦେବା ସହିତ ନାଚ,ଗୀତ,ଖେଳରେ ମଧ୍ୟ ପାରଦର୍ଶିତା ଦେଖାଇବା ଆବଶ୍ୟକ ବୋଲି ବିଧାୟକ ଜଣାଇଥିଲେ । ବିଭିନ୍ନ ପ୍ରତିଯୋଗୀତାରେ କ୍ଳଷ୍ଟର ସ୍ତରରୁ ମନୋନୀତ ହୋଇଥିବା କୃତି ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । କୃତି ଛାତ୍ର ଛାତ୍ରୀଙ୍କୁ ବିଧାୟକ ଶ୍ରୀ ବେହେରା ପୁରସ୍କାର ବଣ୍ଟନ କରିଥିଲେ । ବ୍ଳକ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଶିକ୍ଷକ ବାମନ ଚରଣ ବାରିକି, ସୁରେଶ କୁମାର ବେହେରା, ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ସମେତ ସମସ୍ତ ସିଆରସିସି ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ପ୍ରାୟ ୧୫୦ରୁ ଅଧିକ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର



إرسال تعليق