BREAKING
Loading...
:

ସଂଭାବ୍ୟ ବାତ୍ୟା(ଦାନା)ର ମୁକାବାଲା ପାଇଁ ଖଣ୍ଡପଡା ପ୍ରଶାସନ ସଜାଗ।

 ସଂଭାବ୍ୟ ବାତ୍ୟା(ଦାନା)ର ମୁକାବାଲା ପାଇଁ  ଖଣ୍ଡପଡା ପ୍ରଶାସନ ସଜାଗ।                  

ଖଣ୍ଡପଡ଼ା (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ପ୍ରଶାସନ ତରଫରୁ ବାତ୍ୟା (ଦାନା)ର ମୁକାବିଲା ପାଇଁ ଖଣ୍ଡପଡା ବ୍ଲକ,ତହସିଲ,ଅଗ୍ନିଶମ ବିଭାଗ,ଓ ଗୋଷ୍ଠିଶିଖ୍ୟା ବିଭାଗ ପଖ୍ୟରୁ ସମସ୍ତ ପ୍ରକାର ସଜବାଜ ସରିଯାଇଛି।ଅଗ୍ନିଶମ ବିଭାଗ ତାଙ୍କର ସମସ୍ତ କର୍ମଚାରୀ ପ୍ରସ୍ତୁତ ଥିବାବେଳେ ବାତ୍ୟାମୁକାବିଲା ପାଇଁ ଆବଶ୍ୟକିୟ ସମସ୍ତ ସାମଗ୍ରୀ  ତଥା ଗଛ କାଟିବା କଟର,ବୋଟ ଓ ଅଗ୍ନିଶମ ଗାଡିକୁ ସଜାଗ ରଖିଛନ୍ତି।ଗୋଷ୍ଠି ଶିଖ୍ୟା ବିଭାଗ ସମସ୍ତ ବିଦ୍ୟାଳୟରେ ଦୁଇ ରୁ ତିନୋଟି ରୂମକୁ ବାତ୍ୟା ଆଶ୍ରୟସ୍ଥଳ ପାଇଁ ପ୍ରସ୍ତୁତ ରଖିବାସହ ଆବଶ୍ୟକ ସ୍ଥଳେ  ଖାଦ୍ୟ ବ୍ୟବସ୍ଥା ପାଇଁ ଏମ,ଡି,ଏମ୍ ଖାଦ୍ୟକୁ ବ୍ୟବହାର କରିବେ ବୋଲି କହିଛନ୍ତି।ଏଥିସହିତ ତହସିଲ୍ ପ୍ରଶାସନ ତାଙ୍କର ସମସ୍ତ କର୍ମଚାଙ୍କୁ ନିୟୋଜିତ କରିବାସହ ଆର,ଆଇ ଓ ଅମିନ ମାନେ ପ୍ରତି ପନ୍ଚାୟତରେ ସଜାଗ ଅଛନ୍ତି ବୋଲି କହିଛନ୍ତି ବ୍ଲକ ପ୍ରଶାସନ ଖଣ୍ଡପଡା ବ୍ଲକ ଅଧିନ ସିଧାମଳା,ବାଣପୁର ଓ କଣ୍ଟିଲୋ ଆଦି ପନ୍ଚାୟତକୁ ବିଶେସ୍ ଭାବେ ଗୁରୁତ୍ବ ଦେବାସହ ବିଶାକ୍ତ ସରୀସୃପ କାମ୍ବୁଡା ପାଇଁ ଔଷଧ ବ୍ୟବସ୍ଥା ସହତ ପଲିଥୀନ୍,ଚୁଡା ଚାଉଳ ଆଦି ଯଥେଷ୍ଟ ପରିମାଣର ମହଜୁଦ୍ ରଖି ସଜାଗ ଥିବା ଜଣାଇଛନ୍ତି।


ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଖଣ୍ଡପଡ଼ା 

Post a Comment

Previous Post Next Post
Header ADS