ପାଣିରେ ବୁଡିବ ବୃତ୍ତଂଗ ସେତୁ,ବରବାଦ୍ ହେବ ୭ କୋଟି ୮୪ ଲକ୍ଷ ଟଙ୍କା
ଦଶପଲ୍ଲା: - ( ମଣିଭଦ୍ରା ଖବର) ନୟାଗଡ଼ ଜିଲ୍ଲାର ସର୍ବବୃହତ୍ ବୃତ୍ତଙ୍ଗ ଜଳେସଚନ ପ୍ରକଳ୍ପକୁ ମିଳିସାରିଛି ଦ୍ବିତୀୟ ପର୍ଯ୍ୟାୟ ପରିବେଶ ମଞ୍ଜୁରୀ । ପ୍ରାଥମିକ ପର୍ଯ୍ୟାୟରେ , ଦଶପଲ୍ଲାରେ ଏହାର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଖୋଲାଯିବା ସହ ପ୍ରକଳ୍ପ କାର୍ଯ୍ୟ ପର୍ଯ୍ୟାୟ କ୍ରମେ ଆଗକୁ ବଢ଼ୁଛି । ଏଭଳି ସ୍ଥିତିରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବୃତ୍ତଙ୍ଗ ବୁଡ଼ି ଅଞ୍ଚଳରେ ନିର୍ମାଣ ହୋଇଥିବା ସୁଉଚ୍ଚ ସେତୁ
ନିର୍ମାଣକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ସେତୁ ନିର୍ମାଣ ପୂର୍ବରୁ କିଏ ଏହାର ଅନୁମତି ଦେଲା ଓ କିଭଳି ସେତୁ ନିର୍ମାଣହେଲା ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ , ବ୍ୟବହାର ପୂର୍ବରୁ ୭ କୋଟି ୮୪ ଲକ୍ଷ ଟଙ୍କା ବରବାଦ୍ ହେବାକୁ ବସିଥିବା ଦେଖିବାକୁ ମିଳିଛି । ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ପଞ୍ଚାୟତ ଜାମୁସାହି ଠାରୁ ବିଡ଼ାପାଜୁ ଗ୍ରାମକୁ ସଂଯୋଗ କରୁଥିବା ସେତୁ ନିର୍ମାଣ କାର୍ଯ୍ୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସବୁଠାରୁ ବଡ଼କଥା ହେଉଛି , ବୃତ୍ତଙ୍ଗ ଜଳେସଚନ ପ୍ରକଳ୍ପ ଦ୍ବାରା ମୋଟ୍ ୨୨ ଗୋଟି ଗ୍ରାମ ପ୍ରଭାବିତ ହେବାକୁ ଥିବାବେଳେ , ସେଥିମଧ୍ୟରୁ ୧୧ ଗୋଟି ଗ୍ରାମ ସମ୍ପୂର୍ଣ୍ଣ ଜଳମଗ୍ନ ହେବ । ତାହାରି ମଧ୍ୟରେ ବିଡ଼ାପାଜୁ ଗ୍ରାମ ରହିଛି । ଏହି ଗ୍ରାମରେ ଆଦିବାସୀ ଓ ଦଳିତ ବର୍ଗର ପ୍ରାୟ ୩୦ ପରିବାର ବସବାସ କରି ଆସୁଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗାଁ କୁ ଯାତାୟତ କରିବା ପାଇଁ କୈlଣସି ସୁବିଧା ନାହିଁ । ବର୍ଷାଦିନ ଆସିଲେ ଗ୍ରାମବାସୀ ପ୍ରାୟ ୪ ମାସ ଅଜ୍ଞାତ ବନବାସ ଭଳି ଜଙ୍ଗଲରେ ଜୀବନ ବିତାଇଥାନ୍ତି । ଦୀର୍ଘବର୍ଷର ଦାବିପରେ ବୃତ୍ତଙ୍ଗ ନଦୀରେ ସେତୁ ନିର୍ମାଣ ହୋଇଛି । ହେଲେ ଆମର ସୁଖ ସୁବିଧା ସମୟ ଆସି ଯାଇଥିବାବେଳ , ଏବେ ବୃତ୍ତଙ୍ଗ ଜଳେସଚନ ପ୍ରକଳ୍ପ ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ । ହେଲେ ଯେଉଁ ପର୍ଯ୍ୟନ୍ତ ପ୍ରଶାସନ ଆମକୁ ଉଚିତ୍ କ୍ଷତିପୂରଣ ନ ଦେଇଛି ସେ ପର୍ଯ୍ୟନ୍ତ ଭିଟାମାଟି ଛାଡ଼ିବୁ ନାହିଁ ବୋଲି ଦାବି କରିଛନ୍ତି ଗ୍ରାମବାସୀ ।
ଅନ୍ୟପାର୍ଶ୍ବରେ, ସ୍ଥାନୀୟ ଅଧିବାସୀଙ୍କ କହିବା ଅନୁଯାୟୀ ବୃତ୍ତଙ୍ଗ ନଦୀର ଯେଉଁ ସ୍ଥାନେର ସେତୁ ନିର୍ମାଣ ହୋଇଛି , ପ୍ରକଳ୍ପ ହେଲେ ସେହି ସେତୁ ଉପରେ ପ୍ରାୟ ୬୦ ଫୁଟରୁ ଅଧିକ ପାଣି ଜମିବ । ଏହି ପ୍ରକଳ୍ପ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇବା ସହ ପରିବେଶ ମଞ୍ଜୁରୀ ମିଳି ସାରିଥିବା ବେଳ ସେତୁ ନିର୍ମାଣ ପାଇଁ କିଭଳି ଅନୁମତି ମିଳିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯାହାକି ଏହି ସେତୁ ଓ ରାସ୍ତା ନିର୍ମାଣ ପାଇଁ ମଞ୍ଜୁର େହାଇଥିବା ୭ କୋଟି ୮୪ ଲକ୍ଷ ୫୭ ହଜାର ୬ ଶହ ୪୮ ଲକ୍ଷ ଟଙ୍କା ବରବାଦ୍ ହେବାକୁ ବସିଛି । ସେତୁ ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ବୃତ୍ତଙ୍ଗ ଜଳେସଚନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି । ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ କହିବା ଅନୁଯାୟୀ ଏହି ସେତୁ ନିର୍ମାଣ ପୂର୍ବରୁ ଆମ ପାଖେର କୈlଣସି ସୂଚନା ନ ଥିବା ହେତୁ ଏହାକୁ ନିର୍ମାଣ କରାଯାଇଛି। ଅନ୍ୟପକ୍ଷେ ବୃତ୍ତଙ୍ଗ ଜଳେସଚନ ବିଭାଗର ଯନ୍ତ୍ରୀ ଶରତ ଚନ୍ଦ୍ର ସାହୁଙ୍କ କହିବା ଅନୁଯାୟୀ ଏହି ପ୍ରକଳ୍ପ ଦ୍ବାରା ଏହି ଗ୍ରାମଟି ସଂପୂର୍ଣ୍ଣ ଜଳମଗ୍ନ ହେବ । ଗ୍ରାମବାସୀ ନିଶ୍ଚୟ ବିସ୍ଥାପିତ ହେବେ । ହେଲେ ବୃତ୍ତଙ୍ଗ ନଦୀ ଉପେର ସେତୁ ନିର୍ମାଣ କରିବା ପୂର୍ବରୁ ପ୍ରଥେମ ସେଚ ସଦନର ଅନୁମତି ଆବଶ୍ୟକ ହୋଇଥାଏ । ତେବେ , କିଭଳି ଅନୁମତି ମିଳିଲା ଓ ଗ୍ରାମ୍ୟ ଉନ୍ନୟନ ବିଭାଗ କିଭଳି ସେତୁ ନିର୍ମାଣ କଲା ତାହା ତଦନ୍ତ ସାପେକ୍ଷ ବୋଲି ସେ କହିଛନ୍ତି।
ଶିବାନୀ ଦୀପାଞ୍ଜଳୀ, ଦଶପଲ୍ଲା



إرسال تعليق