କଟକ ଜିଲ୍ଲାର ଖାଦ୍ୟ ଯୋଗାଣ ଓ ଧାନ କ୍ରୟ ପ୍ରକ୍ରିୟା ନିମନ୍ତେ ସମୀକ୍ଷା ବୈଠକ।
କଟକ,ତା ୨୦-୧୦-୨୪ ରିଖ(ମଣିଭଦ୍ରା ଖବର)
ସମଗ୍ର କଟକ ଜିଲ୍ଲାରେ ଖାଦ୍ୟ ଯୋଗାଣ ଓ ଧାନ କ୍ରୟ ପ୍ରକ୍ରିୟା ନିମନ୍ତେ ଆଜି ପୂର୍ବାହ୍ନରେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ,ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଦ୍ଵାରା ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଧାନ କ୍ରୟର ସହାୟକ ମୂଲ୍ୟ ବୃଦ୍ଧି ରାଜ୍ୟ ସରକାରଙ୍କ ଐତିହାସିକ ପଦକ୍ଷେପ ଭାବେ ବିବେଚିତ କରି କୃଷକ ମାନଙ୍କର ସମସ୍ତ ସୁବିଧା ନିମନ୍ତେ ଆଗାମୀ ଦିନମାନଙ୍କରେ ଧାନ ମଣ୍ଡି ଗୁଡିକର ଭିତ୍ତିଭୂମିର ଉନ୍ନତିକରଣ କରାଯିବ। ଏଥିପାଇଁ ସରକାରଙ୍କ ପକ୍ଷରୁ ୫୬୦କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ବୋଲି ସମୀକ୍ଷା ବୈଠକରେ ମନ୍ତ୍ରୀ ସୂଚନା ପ୍ରଦାନ କରିଥଲେ।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ବିଭାଗୀୟ ଅଧିକାରୀମାନେ ନୂତନ ବ୍ୟବସ୍ଥାରେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ଆଖି,କାନ,ନାକ ହୋଇ କାର୍ଯ୍ୟ କରିବାପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।
ସମୀକ୍ଷା ପୂର୍ବକ ଏହି ବୈଠକରେ, ବିଭାଗର ସ୍ୱଚ୍ଛତା ଅବଲୋମ୍ବନ ନିମନ୍ତେ ଯୋଗ୍ୟ ହିତାଧିକାରୀ ଚୟନ ପ୍ରକ୍ରିୟାକୁ ସୁଦୃଢ଼ କରାଯିବା ସହ ବଣ୍ଟନ ଓ ଧାନ କ୍ରୟ ବ୍ୟବସ୍ଥାରେ ସ୍ୱଚ୍ଛତା ଅବଲମ୍ବନ ତଥା ଆସାଧୁ ବେପାରୀଙ୍କ କବଳରୁ ଚାଷୀମାନେ ମୁକ୍ତ,ଧାନ ଉଠାଣିର ୪୮ଘଣ୍ଟା ମଧ୍ୟରେ କୃଷକ ମାନଂକ ଜମାଖାତାରେ ସିଧା ସଳଖ ଅର୍ଥ ପ୍ରଦାନ, ମଣ୍ଡିରୁ ମିଲ ପର୍ଯ୍ୟନ୍ତ ପରିବହନ ସମୟରେ
ଜି ପି ଏସ (GPS) ବ୍ୟବସ୍ଥା କରାଯିବା ସମ୍ବନ୍ଧରେ ମନ୍ତ୍ରୀ ଆଲୋଚନା କରି ସରକାରଙ୍କ ଆଭିମମୁଖ୍ୟ ସ୍ପଷ୍ଟ କରିଥଲେ। ୪୦୦୦ ମଣ୍ଡି ମଧ୍ୟରୁ ଆବଶ୍ୟକ ହେଉଥିବା ପ୍ରାୟତଃ ୭୦୦ ପାଖାପାଖି ମଣ୍ଡି ଗୁଡ଼ିକର ସାମାନ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରାଯିବା ନେଇ ସୂଚନା ଦେବା ସହ ଧାନ କ୍ରୟ ଓ ଧାନ ଉଠାଣ ସମୟରେ ଯେପରି କୌଣସି ଚାଷୀ ବାଦ ପଡିବେ ସେଥିପାଇଁ ସମ୍ପୃକ୍ତ ଅଧିକାରୀମାନେ ଯତ୍ନର ସହ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ଆଗାମୀ ମାସଠାରୁ ଉଭୟ ଚାଉଳ ଓ ଗହମ ଏକ ସଙ୍ଗେ ମିଳିବା ସହ, ଟୋକେନ୍ ବ୍ୟବସ୍ଥା, ଦିଲର୍ ମାନଙ୍କ ସମସ୍ୟା ତଥା ଘରେ ଘରେ ବଣ୍ଟନ ବ୍ୟବସ୍ଥା,ମଣ୍ଡି ମାନଙ୍କରେ କୃଷକ ମାନଙ୍କ ପାଇଁ ପାନୀୟ ଜଳ ତଥା ସମସ୍ତ ମୌଳିକ ବ୍ୟବସ୍ଥା ଆଦିର ଆବଶ୍ୟକତାକୁ ଗୁରୁତ୍ଵ ଦେଇ ସମସ୍ତ କାର୍ଯ୍ୟ ସମାଧାନ କରାଯିବ ବୋଲି ମନ୍ତ୍ରୀ ମାତବ୍ୟକ୍ତ କରିଥିଲେ।
ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ
ଶ୍ରୀ ଦତ୍ତ।ତ୍ରୟ ଭାଉସାହେବ ଶିନ୍ଦେ ସ୍ବାଗତ ପୂର୍ବକ ସମୀକ୍ଷା ବୈଠକ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବା ସହ ଜିଲ୍ଲାରେ ସ୍ୱଚ୍ଛତାର ସହ ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ବଣ୍ଟନ ବ୍ୟବସ୍ଥା ଓ ଧାନ କ୍ରୟ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଥିବା ତଥା ମଣ୍ଡିମାନଙ୍କରେ ଏବଂ ଜିଲ୍ଲାରେ ଆବଶ୍ୟକ ନୋଡାଲ ଅଧିକାରୀ ନିଯୁକ୍ତି ସହ ଉଭୟ ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗର ମଧ୍ୟରେ ସମନ୍ଵୟ ରକ୍ଷା ପୂର୍ବକ ପ୍ରଶାସନିକ ବ୍ୟବସ୍ଥା ସମ୍ୱନ୍ଧରେ ସୂଚନା ପ୍ରଦାନ କରିଥିଲେ।
ଆୟୋଜିତ ଏହି ସମୀକ୍ଷା ବୈଠକରେ ସାଲେପୁର ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରା,ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ଚୌଦ୍ୱାର- କଟକ ବିଧାୟକ ଶ୍ରୀ ସୌଭିକ ବିଶ୍ଵାଳ, ମାହାଙ୍ଗା ବିଧାୟକ ଶ୍ରୀ ସାରଦା ପ୍ରସାଦ ପ୍ରଧାନ, ବାରବାଟି-କଟକ ବିଧାୟିକା, ଇଂ ସୋଫିଆ ଫିର୍ଦସ, ବଡମ୍ବା ବିଧାୟକ ଶ୍ରୀ ବିଜୟ କୁମାର ଦଳବେହେରା, ନିଆଳି ବିଧାୟକ ଶ୍ରୀ ଛବି ମଲ୍ଲିକ ଯୋଗଦେଇ ଜିଲ୍ଲାରେ ଧାନ କ୍ରୟ ଓ ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ଅବଲମ୍ବନ ସହ ଧାନମଣ୍ଡି ମାନଙ୍କରେ ସୁବ୍ୟବସ୍ଥା, ଚାଷୀ ମାନଙ୍କର ସମସ୍ତ ସୁବିଧା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସମ୍ବନ୍ଧରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ମୁଖ୍ୟ ଜିଲ୍ଲା ଯୋଗାଣ ଅଧକାରୀ ଶ୍ରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ ଜିଲ୍ଲାର ଖାଦ୍ୟ ଯୋଗାଣ ଓ ବଣ୍ଟନ ବ୍ୟବସ୍ଥା ସମ୍ବନ୍ଧରେ ସୂଚନା ପ୍ରଦାନ କରିଵା ସହ ଜିଲ୍ଲାରେ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ହିତାଧିକାରୀ ସଂଖ୍ୟା ୧୭ଲକ୍ଷ ୯୧ ହଜାର ଥିବା ବେଳେ ଆବେଦନ କରିଥିବା ୨ ଲକ୍ଷ ୮୭ ହଜାର ମଧ୍ୟରୁ ଯୋଗ୍ୟ ହିତାଧିକାରୀ ଚୟନ କରି ଏହି ଯୋଜନାରେ ସାମିଲ କରାଯିବା ନେଇ ମଧ୍ୟ ସୂଚନା ଦେଇଥିଲେ।
ବୈଠକ ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉମାକାନ୍ତ ରାଜ ଧନ୍ୟବାଦ ଅର୍ପଣ କରିଥିଲେ।ଖାଦ୍ୟ ଯୋଗାଣ ବିଭାଗର ଅଧିକାରୀ କର୍ମଚାରୀଙ୍କ ସମେତ ସମସ୍ତ ଉପଖଣ୍ଡର ଡି ଆର ସି ଏସ, ଏ ଆର ସି ଏସ, ନିୟନ୍ତ୍ରଣ ବଜାର କମିଟି ସମ୍ପାଦକ ମାନେ ଆଜିର ଏହି ସମୀକ୍ଷା ବୈଠକ ଆଲୋଚନାରେ ଅଂଶଗ୍ରହଣ କରିଥଲେ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق