ଗଣିଆ ବ୍ଳକରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟରଙ୍କ ଅକାଳ ବିୟୋଗ
ଗଣିଆ(ମଣିଭଦ୍ରା ଖବର) ଗଣିଆ ବ୍ଳକରେ କାର୍ଯ୍ୟରତ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କ ଅକାଳ ବିୟୋଗ ଘଟିଥିବା ଜଣାପଡିଛି । ଡବ୍ଳୁଇଓ ସେକ୍ସନରେ କାର୍ଯ୍ୟରତ ନିବାସିନୀ ପ୍ରଧାନ ଭୂବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି । ସେ ଗଣିଆ ବ୍ଳକରେ ଆଉଟସୋର୍ସିଙ୍ଗ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କର ଏଭଳି ଅକାଳ ମୃତ୍ୟୁରେ ଗଣିଆ ବ୍ଳକରେ ଶୋକର ଛାୟା ଖେଳିଯାଇଛି । ବ୍ଳକ କର୍ମଚାରୀ ମାନେ ମର ଶରୀର ପାଖରେ ପହଞ୍ଚି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଜଣେ ସଚ୍ଚୋଟ ତଥା ସ୍ବାଭିମାନୀ ସ୍ବଭାବର କର୍ମଚାରୀ ଭାବେ ବ୍ଳକର ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ଗଣିଆ ବ୍ଳକ କିଶୋର ପ୍ରସାଦର ବିଶ୍ବନାଥ ଗଣ୍ଠିଆଙ୍କର ସେ ଧର୍ମପତ୍ନୀ ଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର


Post a Comment