୪ ଜିଲ୍ଲାକୁ "ଦାନା" ବିପଦ
ଭୁବନେଶ୍ଵର (ମଣିଭଦ୍ରା ଖବର) ବାତ୍ୟା ଦାନା ଯେତେଯେତେ ଉପକୂଳମୁହାଁ ହେଉଛି, ସେତେ ସେତେ ବିପଦ ବଢୁଛି । ଆଜି ରାତିରୁ ହିଁ ବାତ୍ୟା ଭୀଷଣ ବାତ୍ୟାର ରୂପ ନେବ । ଆଉ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ । ଏହାର ପ୍ରଭାବରେ ଉପକୂଳ ଜିଲ୍ଲାଗୁଡିକ ପ୍ରଭାବିତ ହେବ । ବିଶେଷକରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ଉପରେ ପ୍ରଭାବ ପଡିବ । ବିଶେଷକରି ଲ୍ୟାଣ୍ଡଫଲ ସ୍ଥଳର ୫୦ କିଲୋମିଟର ପରିଧି ଏହାଦ୍ବାରା ଅଧିକ ପ୍ରଭାବିତ ହେବ*
*ପାଣିପାଗ ବିଭାଗର ଆକଳନ ଅନୁସାରେ ଭିତରକନିକାରୁ ଧାମରା ମଧ୍ୟରେ ବାତ୍ୟା ଦାନାର ଲ୍ୟାଣ୍ଡଫଲ ହେଲେ କିଛି ଗୁରୁତ୍ବପୂର୍ଣ୍ଣ ସ୍ଥାନ ପ୍ରତି ବିପଦ ବଢୁଛି । ଏମାନଙ୍କ ମଧ୍ୟରେ ପ୍ରମୁଖ ରହିଛି*.
*ଧାମରା ବନ୍ଦରକୁ ବିପଦ, ଅବଦୁଲ କଲାମ ଦ୍ବୀପକୁ ବିପଦ, ଗହୀରମଥା ଅଭୟାରଣ୍ୟକୁ ବିପଦ, ପ୍ରଭାବିତ ହୋଇପାରେ ଭିତରକନିକା ଅଭୟାରଣ୍ୟ, ଆରଡ଼ି ଆଖଣ୍ଡଳମଣି ମନ୍ଦିରକୁ ବିପଦ, ତେଣୁ ଯେଉଁ ସ୍ଥାନଗୁଡିକ ଉପରେ ଅଧିକ ବିପଦ ରହିଛି ସେଠାରେ ପ୍ରଶାସନ ସଜାଗ ହୋଇ ରହିଛି* । *ଅଗ୍ନିଶମ ବିଭାଗ , ଓଡ୍ରାଫ ଓ ଏନଡିଆରଏଫ ଟିମ ପ୍ରସ୍ତୁତ ହୋଇ ରହିଛି । ତେବେ ଦାନା ପ୍ରଭାବରେ ୨୪ ଓ ୨୫ ତାରିଖରେ ବର୍ଷାର ବିସ୍ତୁତି ବଢିବ ଆଉ ୨୬ ତାରିଖରୁ ବର୍ଷାର ପରିମାଣ କମିବ....* ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment