ଇନୋଭା ଧକ୍କାରେ ଏକ୍ସେଲ ଆରୋହିଙ୍କ ମୃତ୍ୟୁ।
ନୂଆଗାଁ (ମଣିଭଦ୍ରା ଖବର) ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ମହିପୁରୁ, ନୂଆଗାଁ ରାସ୍ତା (୫୭) ନମ୍ବର ଜାତୀୟ ରାଜପଥ ନର୍ସରୀ ନିକଟରେ ଏକ ଇନୋଭା କାର ସହିତ ଏକ ଏକ୍ସେଲ ଧକ୍କା ରେ ଏକ୍ସେଲ ଆରୋହି ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକେ ଉଧାର କରି ନୟାଗଡ଼ ଜିଲ୍ଲା ହସ୍ପିଟାଲ ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୁଚନା ମିଳିଥିବା ବେଳେ। ମୃତ ବୟସ୍କ ଲୋକଙ୍କର ପରିଚୟ ମିଳିନାହିଁ। ପୋଲିସ ତଦନ୍ତ ଆରମ୍ଭ କରିଛି।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର


إرسال تعليق