BREAKING
Loading...
:

ଲୋକପ୍ରିୟତାର ଶୀର୍ଷରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଲୋକଙ୍କ ପାଇଁ ଦିନ ରାତି ସମାନ

 ଲୋକପ୍ରିୟତାର ଶୀର୍ଷରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଲୋକଙ୍କ ପାଇଁ ଦିନ ରାତି ସମାନ


ଗଣିଆ(ମଣିଭଦ୍ରା ଖବର) ଦଶପଲ୍ଲାର ଲୋକପ୍ରିୟ ନେତା ଭାବେ ଦ୍ବିତୀୟ ଥର ବିଧାୟକ ହେବାର ସୈାଭାଗ୍ୟ ଲାଭ କରିଛନ୍ତି ବିଧାୟକ ରମେଶ ଚନ୍ଦ୍ର ବେହେରା ଯାହାକି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ପାଇଁ ବିରଳ । 

ଦଶପଲ୍ଲା ଜନସାଧାରଣଙ୍କ ଭଲ ପାଇବା ତଥା ବିଧାୟକଙ୍କ ସ୍ବଚ୍ଛତା ଆଉ ପ୍ରତିବଦ୍ଧତା ଫଳରେ ଆଜି ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଛନ୍ତି । ଦୁର୍ଗା ପୂଜା ଅବସରରେ ବିଭିନ୍ନ ପୂଜା କମିଟିର ନିମନ୍ତ୍ରଣ ରକ୍ଷା କରି ବିଧାୟକ ଶ୍ରୀ ବେହେରା ପ୍ରାୟ ୫୦ରୁ ଅଧିକ ପୂଜା ମଣ୍ଡପ ପରିଦର୍ଶନ କରିଥିଲେ । ରାଜ୍ୟରେ ସରକାର ବଦଳିଛି ସତ କିନ୍ତୁ ଟିକିଏ ବି ମଉଳିନି ବିଧାୟକଙ୍କ ଲୋକପ୍ରିୟତା । 

ସାଂସ୍କୃତିକ କାର୍ଯ୍ୟକ୍ରମର ଉଦଘାଟନ ଠାରୁ ଆରମ୍ଭ କରି ଦଶହରା ଅନୁକୂଳ ପର୍ଯ୍ୟନ୍ତ ସବୁ ସ୍ଥାନରେ ଉପସ୍ଥିତ ରହି କମିଟିର ଆସ୍ଥା ଭାଜନ ହୋଇପାରିଛନ୍ତି । ଦିନ ୨ ଘଟିକା ଠାରୁ ରାତ୍ର ୨ ଘଟିକା ପର୍ଯ୍ୟନ୍ତ ଟିକେ ବି ଥକି ନଯାଇ ସମସ୍ତ ମଣ୍ଡପରେ ମା'ଙ୍କୁ ଦର୍ଶନ କରି ଆର୍ଶୀବାଦ ଲାଭ କରିଥିଲେ । ଶାସକ ଦଳରେ ଥାଇ ବି ନିର୍ବାଚନ  ମଣ୍ଡଳୀ କଥା ଭୁଲି ଯାଉଥିବା ବେଳେ ବିଧାୟକ ଶ୍ରୀ ବେହେରା ଅହରହ ଲୋକଙ୍କର ସେବାରେ । ଏଥିପାଇଁ ତ ସାଧାରଣରେ ଚର୍ଚ୍ଚା ହେଉଛି "ବିଧାୟକ ହେବ ତ ଏମିତି"...।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 


Post a Comment

أحدث أقدم
Header ADS