BREAKING
Loading...
:

କଠିନ ପରିଶ୍ରମ ଓ ଦୃଢ ଆତ୍ମ ଵିଶ୍ଵାସ ହଁ ସଫଳତାର ଚାବିକାଠି

 କଠିନ ପରିଶ୍ରମ ଓ ଦୃଢ ଆତ୍ମ ଵିଶ୍ଵାସ ହଁ ସଫଳତାର ଚାବିକାଠି

ଭାପୁର,୧୨/୯ (ମଣିଭଦ୍ରା ଖବର) ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ଵାଇଗୁଣିଆ ଗ୍ରାମସ୍ଥିତ ପଠାଣି ସାମନ୍ତ ମହାବିଦ୍ୟାଳୟ ପରିସରରେ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ବଳରାମ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଇଂରାଜୀ ବିଭାଗର  ଅଧ୍ୟାପକ ଭାଗୀରଥି ମହାରଣା, ମୁଖ୍ୟ ବକ୍ତା ଭାବରେ ପଦାର୍ଥ ବିଜ୍ଞାନ ବିଭାଗ  ପ୍ରିୟରଞ୍ଜନ ରଥ ଯୋଗଦେଇଥିଲେ। ଛାତ୍ରଛାତ୍ରୀ ମାନେ ନିଜେ ନିଜର ଆତ୍ମ ଵିଶ୍ଵାସ ଓ କଠିନ ପରିଶ୍ରମ ବଳରେ ନିଜ ଲକ୍ଷ ପୂରଣ କରିପାରିବେ, ପ୍ରତ୍ୟେକ ନିଜ ନିଜର ଅନ୍ତର୍ନିହିତ ଶକ୍ତି ଓ ଦୁର୍ବଳତାକୁ ସଠିକ ଠାବ କରି ଉପଲବ୍ଧ ଜ୍ଞାନ ଦ୍ବାରା ଯେକୌଣସି ସୁଯୋଗର ସଦ ଉପଯୋଗ କରାଯାଇପାରିବ ବୋଲି ମଞ୍ଚାସିନ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପିକା ଅର୍ମୀତା ଦାସ,  ମେନାଲିସା ମହାରଣା ଓ ବିଭାଗୀୟ ସମସ୍ତ କର୍ମଚାରୀ ମାନେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ କରିଥିଲେ। 


ବିଭୂତି ମହାପାତ୍ର, ଭାପୁର 

Post a Comment

أحدث أقدم
Header ADS