ସରପଞ୍ଚ ସ୍ୱାମୀଙ୍କ ନାମରେ ଜବକାର୍ଡରେ ଟଙ୍କା ଉଠାଣ,ମନରେଗା ଯୋଜନା ରେ ହରିଲୁଟ
(ମଣିଭଦ୍ରା ଖବର)କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ର ଡମ କର୍ଲାଖୁଣ୍ଟା ପଂଚାୟତ ଆଦିବାସୀ ବହୁଳ ଅଞ୍ଚଳ l ମନରେଗା କାମରେ ମହାଘୋଟଲା ଦୁର୍ନୀତି ହୋଇଥିବା ଦେଖିବାକୁ ମିଳିଛି l
କେନ୍ଦ୍ର ଓ ରାଜ୍ୟ ସରକାର ମନରେଗା କାମ ରେ ସମସ୍ତ ଗରିବ ଲୋକଙ୍କୁ କାମ ଯୋଗାଇ ଦେବାପାଇଁ କହୁଥିବା ବେଳେ ଏଠି ବାଟବଣା ହେଉଛି ମନରେଗା ଯୋଜନା l
ଡମ କର୍ଲାଖୁଣ୍ଟା ପଂଚାୟତର ସରପଞ୍ଚ ଶ୍ରୀମତୀ ସ୍ନିଗ୍ଧା ରଣା ଥିବାବେଳେ ସ୍ୱାମୀ ଫକୀର ମୋହନ ରଣା ନାମରେ ଥିବା ବଜବକାର୍ଡ ନଂ OR-10-004-004-011/313606 ରହିଅଛି l ଡମ କର୍ଲାଖୁଣ୍ଟା ର ମସରଳାପଡା ବହଲଗୁଛାପଡା ଡ଼ୁମେରଗୁଡା ସିର୍ଗୁନ ଗ୍ରାମ ଠାରେ ମନରେଗା କାମ କରି ଟଙ୍କା ଉଠିଥିବା ଜବ କାର୍ଡ ରେ ଉଲ୍ଲେଖ ରହିଅଛି l ସରପଞ୍ଚ ଙ୍କ ସ୍ବାମୀ କେତେ ବେଳେ ରଫା କୋଦଳା ଧରୀ ମାଟି କାମ କରିଗଲେ ବୋଲି ଲୋକଙ୍କ ମନରେ ସନ୍ଧେହ ଉପୁଜୁଛି l ଏମିତିକି ପଂଚାୟତ ରେ ବହୁ ଜବ କାର୍ଡ ଧାରୀ ଅଛନ୍ତି ସେମାନେ କେବେ କାମକୁ ନଯାଇ ତାଙ୍କ ନାମରେ ଟଙ୍କା ଉଠାଯାଉଥିବା ଦେଖିକବାକୁ ମିଳୁଛି । ଆଶ୍ଚର୍ଯ୍ୟ ର କଥା ବାହାର ରାଜ୍ୟ କୁ କାମ କରିବାକୁ ଯାଇଥିବା ଲୋକଙ୍କ ନାମରେ ମଧ୍ୟ ଟଙ୍କା ଉଠାଯାଉଥିବା ଦେଖିବାକୁ ମିଳୁଛି ଯିଏ କଠିନ ପରିଶ୍ରମ କରି ଝାଳ ବୁହାଇ କାମକରୁଛି ତାହା କୁ ପାରିଶ୍ରମିକ ମିଳୁନାହିଁ କିନ୍ତୁ ଏହି ପଂଚାୟତ ରେ ତାହା ଓଲଟା ଚିତ୍ର ଦେଖିବାକୁ ମିଳୁଛି l
ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି କାମ ନ କରୁଥିବା ଲୋକଙ୍କୁ ନାମ ରେ ଏତେ ଯେଉଁ ମନରେଗା ଟଙ୍କା ପଡିଛି ତାହା କାହା ଇସାରାରେ ଏବଂ ସେ ଟଙ୍କା କିଏ ନେଉଛି ।ମନରେଗା ଯୋଜନା ଏତେ ମାତ୍ରାରେ ହରିଲୁଟ ହେଉଛି ତାହା ଉଚିତ ତଦନ୍ତ କରି ଦୃଢ କାଯ୍ୟlନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣରେ ବର୍ତ୍ତମାନ ଦାବି ହେଉଛି l
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା



Post a Comment