BREAKING
Loading...
:

ବାଲ୍ୟବିବାହ ମୁକ୍ତ ପାଇଁ ଉଚ୍ଚ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ନେଇ ଆଲୋଚନା

 ବାଲ୍ୟବିବାହ ମୁକ୍ତ ପାଇଁ ଉଚ୍ଚ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ନେଇ ଆଲୋଚନା




ଦଶପଲ୍ଲା ( ମଣିଭଦ୍ରା ଖବର)ସେଣ୍ଟର ଫର କାଟାଲାଇଜୀଙ୍ଗି ଚେଞ୍ଜ (C3) ଆନୁକୁଲ୍ୟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ସ୍ଥିତ ବୈଠକ ଗୃହ ଠାରେ ଦିନିକିଆ ଉଚ୍ଚ ପ୍ରାଥମିକ ଶିକ୍ଷକ ମାନଙ୍କୁ ନେଇ ୯ ଡିସେମ୍ବର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟଅତିଥି ଭାବେ.. ଦଶପଲ୍ଲା ବ୍ଲକ ଅଧକ୍ଷା ଶ୍ରୀମତୀ ସୁନନ୍ଦା ସାହୁ ଯୋଗଦେଇଥିବା ବେଳେ  ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବ୍ଲକ  ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ ଆଚାର୍ଯ୍ୟ ଯୋଗଦେଇଥିଲେ । ବୈଠକ ରେ  ବାଲ୍ୟ ବିବାହ ର କାରଣ ଓ ନିରାକରଣ, ବାଲ୍ୟବିହାର ର କୂପରିଣାମ, ଆଇନ ଦ୍ୱାରା ପ୍ରଣୀତ ଦଣ୍ଡ ବିଧାନ ସହିତ ଗ୍ରାମାଞ୍ଚଳରେ ହେଉଥିବା ବାଲ୍ୟବିବାହ କୁ ରୋକିବା ଦିଗରେ ପିଲା ଟିଏ ସଚେତନ ହେବା ପ୍ରଥମେ ଆବଶ୍ୟକ କୁ ଗୁରୁତ୍ୱ ଦେବା ସହିତ ଶିକ୍ଷକ ମାନଙ୍କ  ଭୂମିକା ଓ ସି ୩ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରି ଯଥା ଶୀଘ୍ର ଦଶପଲ୍ଲା ଅଞ୍ଚଳକୁ କୁ ବଲ୍ୟବିହା ମୁକ୍ତ କରିବା ପାଇଁ ଆଲୋଚନା ରଖିଥିଲେ।  ଉକ୍ତ ବୈଠକରେ  ୩୫ ଜଣ ପ୍ରଧାନ ଶିକ୍ଷକ ଯୋଗଦେଇଥିବା ବେଳେ ୫ ଜଣ ବ୍ଲକ୍ କର୍ମଚାରୀ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଟିକୁ C3 ଜିଲ୍ଲା ସଂଯୋଜକ ସୁବ୍ରତ କୁମାର ବିଶୋଇ ଆୟୋଜନ କରିଥିବା ବେଳେ ସହୋଜୋଗି  ନିକି ପ୍ରଧାନ, ସୁଭାଶିଷ ମିଶ୍ର ,ପ୍ରିୟଙ୍କା ବରାଡ,ପ୍ରସନ୍ନ ବାଘସିଂ ,ଚିନୁମୟ ପ୍ରଧାନ,ସ୍ୱାତିରେଖା ଦାସ, କାର୍ଯ୍ୟକ୍ରମ କୁ ସୂଚାରୁରୂପେ ସମ୍ପାଦନା କରିଥିଲେ। ଗ୍ରାମାଞ୍ଚଳ ରେ ପ୍ରତେକ ପିଲା ଙ୍କ ପାଖରେ ସଚେତନ ତା ର ବାର୍ତ୍ତା ପହଞ୍ଚାଇବା ପାଇଁ ଶିକ୍ଷକ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବୋଲି ମତ ପ୍ରକାଶ କରିଥିଲେ। ପରିଶେଷରେ ସମସ୍ତେ ଦଶପଲ୍ଲା ଅଞ୍ଚଳ କୁ ବାଲ୍ୟ ବିବାହ ମୁକ୍ତ ଅଞ୍ଚଳ କରିବା ପାଇଁ ଶପଥ ଗ୍ରହଣ କରିଥିଲେ।


ଦଶପଲ୍ଲା ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS