ସୁବର୍ଣ୍ଣପୁର ଜ଼ିଲ୍ଲା ଟ୍ରାକ୍ଟର ମାଲିକ ସଂଘ ର ଆନ୍ଦୋଳନ ତୃତୀୟ ଦିନ ରେ
ଗତ ରାତିରେ ପ୍ରଭାବଶାଳୀ ବ୍ୟକ୍ତି ଙ୍କ 3 ହାୱାଇ ଜବତ - 18 ଘଣ୍ଟା ଯାଏ ଗାଡି କାଗଜ ପତ୍ର ଯାଞ୍ଚ କରିନି ପ୍ରଶାସନ -- କାହା ଚାପରେ ଅଡୁଆ ରେ ପଡିନି ତ ପ୍ରଶାସନ ?
ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ସୁବର୍ଣ୍ଣପୁର ଜିଲ୍ଲା ଟ୍ରାକ୍ଟର ସଂଘ ପକ୍ଷରୁ ଗାଡି ମାଲିକ ମାନଙ୍କ ଆନ୍ଦୋଳନ ଆଜି ତୃତୀୟ ଦିନ ରେ ପହଁଚିଛି । ଗତ କାଲି ସହରର ରୟାଲ ପଡିଆରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ସହିତ ଗତ କାଲି ଠାରୁ ସହରରେ ଚାଲୁଥିବା ଟ୍ରାକ୍ଟରଗୁଡିକ ବନ୍ଦ କରି ଦିଆଯାଇଛି । ସହରରେ ଘରୋଇ ଓ ସରକାରୀ ନିର୍ମାଣ ପାଇଁ ଟ୍ରାକ୍ଟର ଗୁଡିକ ବାଲି ,ମେଟାଲ ,ମୋରୁମ ଆଦି ଘର ତିଆରି ସାମଗ୍ରୀ ନେବା ଆଣିବା କରୁଛନ୍ତି ।ହେଲେ ରାଜସ୍ବ ଅଧିକାରୀମାନେ ଟ୍ରାକ୍ଟରଗୁଡିକୁ ଜବତ କରି ମାତ୍ରାଧିକ ସରକାରୀ ଫାଇନ ଆଦାୟ କରୁଥିବା ଅଭିଯୋଗ ହେଉଛି ।ସରକାରୀ ବାଲି ଘାଟରୁ ବାଲି ଆଣିଲେ ବି ଘାଟ ଠିକାଦାର ରୟାଲଟି ଟଂକା ଆଦାୟ କରି ଆବଶ୍ୟକ ପରିବହନ ଅନୁମତି ଫର୍ମ ଓ ରୟାଲଟି ରସିଦ ଦେଉନାହିଁ । ସେପଟେ ବେଆଇନ ଓ ଚୋରୀ ବାଲି ନାଁରେ ରାଜସ୍ବ ଅଧିକାରୀମାନେ ଟ୍ରାକ୍ଟରଗୁଡିକୁ ଜବତ କରି ମନଇଛା ଫାଇନ ଆଦାୟ କରୁଛନ୍ତି ।ଘାଟ ଠିକାଦାର ରସିଦ ଦେବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଥିଲେ ବି କେହି ଶୁଣୁ ନ ଥିବା ଅଭିଯୋଗ ହେଉଛି । ଗୋଟାଏ ପଟେ କୋଟି କୋଟି ଟଙ୍କା ବ୍ୟାଙ୍କ ଋଣ କରି ବେକାରୀ ଯୁବକ ବା ନିରୀହ ଟ୍ରାକ୍ଟର ମାଲିକ( ବ୍ୟବସାୟୀ ) ମାନଙ୍କ ଉପରେ ପ୍ରଶାସନ ଜୁଲୁମ କରିଆସୁଥିବା ବେଳେ ଅନ୍ୟ ପଟେ କିନ୍ତୁ ପାଖ ଆଖ ଜ଼ିଲ୍ଲା ର ବଡ଼ ବଡ଼ ପ୍ରଭାବ ଶାଳୀ ବ୍ୟକ୍ତି ନେତା ମନ୍ତ୍ରୀ ଙ୍କ ଚୋରା ବାଲି ଲୋଡିଙ୍ଗ ଶହ ଶହ ହାୱାଇ ଗାଡି କୁ ପ୍ରତିଦିନ ରାତି ରେ ଛାଡି ଦେଇ ଏମାନଙ୍କ ସହିତ ପ୍ରଶାସନ ସଲା ସୁତୁରା କରିଥିବା ଅଭିଯୋଗ ହେଉଛି l ଯାହାର ପ୍ରମାଣ ହେଲା କାଲି ରାତିରେ ପାଖ ଜ଼ିଲ୍ଲା ର କୌଣସି ଏକ ମନ୍ତ୍ରୀ ଙ୍କ ଯେଉଁ ତିନୋଟି ହାୱାଇ ଗାଡି କୁ ପବ୍ଲିକ ସହିତ ଟ୍ରାକ୍ଟର ସଂଘ ବୁଢା ରାଜା ଛକ ରେ ଧରି ଜ଼ିଲ୍ଲା ପ୍ରଶାସନ କୁ ହସ୍ତାନ୍ତର କରିଛି ବୋଲି ଆଲୋଚନା ହେଉଛି l ଏ ହାୱାଇ ଗାଡି ମାଲିକ ଙ୍କ ବିରୁଦ୍ଧରେ କେତେ ଫାଇନ ଓ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଏବେ ରୋଚକ ଖବର ହେଇଛି l ଏବଂ ବାହାର ବାଲି ଚୋରା ଗାଡି କୁ କଡା କଡ଼ି ଭାବେ ଧର ପଗଡ଼ କରି ତୁରନ୍ତ ସ୍ଥାନୀୟ ଟ୍ରାକ୍ଟର ମାଲିକ ସଂଘ ର ଦାବୀ ସମାଧାନ ନ କଲେ ଓ ପେଟ ପାଟଣା ଉପରେ ହକ ଉପରେ ବାଧା ଦେଲେ ଏଇ ଟ୍ରାକ୍ଟର ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦେଇଛନ୍ତି l ଆମେ ଗାଡି କାଗଜ ପତ୍ର ଯାଞ୍ଚ କରି ଡିଆଇ ପିଆରଓ ଙ୍କ ଜରିଆରେ ସାମ୍ବାଦିକ ଙ୍କୁ ସୂଚନା ଦେବୁ ବୋଲି ସକାଳ 11 ରେ କିଛି ଗଣ ମାଧ୍ୟମ ଙ୍କୁ ତହସିଲଦାର ଶ୍ରୀ ନବୀନ ପାଢ଼ୀ ପ୍ରକାଶ କରିଥିଲେ l ଏବଂ ରାତା ରାତି ବଡ଼ ବଡ଼ିଆ ଲୋକ ଙ୍କ ଚୋରା ଚାଲାଣ ବାଲି ଗାଡି ଜାଣି ଶୁଣି ଛାଡୁ ଥିବାର ବିଷୟ ପବ୍ଲିକ ର ଅଭିଯୋଗ ହେଉଥିବା ମିଡ଼ିଆ ଙ୍କ ପ୍ରଶ୍ନ ରେ ଉତ୍ତର ରଖି "ମୋତେ ଯଦି ପୋଲିସ ଫୋର୍ସ ର ସୁରକ୍ଷା ଦିଆଯିବ ତାହେଲେ 24 ଘଣ୍ଟା ଗାଡି ଯାଞ୍ଚ କରିବି ଆଉ ସହର ବାହାର କୌଣସି ଗାଡି କୁ ଛାଡ଼ିବିନି ଆଉ ଯାହା ସ୍ୱାର୍ଥ ରେ ଆଞ୍ଚ ଆସିବ ସେମାନେ ଆନ୍ଦୋଳନ କରିବେ ସ୍ୱାଭାବିକ ବୋଲି କହିଥିଲେ l ଏବଂ ଟ୍ରାକ୍ଟର ସଂଘ ର ଦାବୀ ସମାଧାନ ଦିଗରେ ଏ ଯାଏ ପ୍ରଶାସନ ଗୁରୁତର ସହିତ ବିଚାର ବିମର୍ଶ କରିନି ବୋଲି କହିଥିଲେ l ଯାହାକି ତାଙ୍କ ହାବ ଭାବ ରୁ ପ୍ରଶାସନ ର କିଛି ଦୁର୍ବଳତା ଓ ଅଡୁଆ ରେ ଥିବା ବିଷୟ ବାରି ହୋଇ ପଡୁଥିଲା l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର


Post a Comment