BREAKING
Loading...
:

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ସୌଜନ୍ୟ ମୂଳକ ସାକ୍ଷତ

 ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ସୌଜନ୍ୟ ମୂଳକ ସାକ୍ଷତ ସହ ଧନ୍ୟବାଦ ଦେଲେ ସୁବର୍ଣ୍ଣlଶ୍ରୀ ର ବୋର୍ଡ ଅଫ ଡାଇରେକ୍ଟର ର ସଦସ୍ୟା ବୃନ୍ଦ -



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)

ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ ବଳିଷ୍ଠ ନେତୃତ୍ୱ ଓ ପ୍ରତ୍ୟକ୍ଷ ତତ୍ୱାବଧାନରେ 

ଭୁବନେଶ୍ୱର ରେ "ସୁବର୍ଣ୍ଣାଶ୍ରୀ" ଏକ ଏକ୍ସକ୍ଲୁସିଭ୍ ହ୍ୟାଣ୍ଡଲୁମ୍ ରିଟେଲ୍ ଆଉଟଲେଟ୍ ଉଦଘାଟନ ତା 18/09/22ରେ ହୋଇଯାଇଛି l ସୁବର୍ଣ୍ଣାଶ୍ରୀ ର ଏହି ବିଶେଷ ଏକ୍ସକ୍ଲୁସିଭ୍ ହ୍ୟାଣ୍ଡଲୁମ୍ ରିଟେଲ୍ ଆଉଟଲେଟ୍ ର ଉଦଘାଟନ ଜିଲ୍ଳା ର ଗର୍ବ ଓ ଗୌରବକୁ ଦ୍ବିଗୁଣିତ କରିଥିବା ବେଳେ ଜିଲ୍ଲାର ବୟନ, ହସ୍ତ ତନ୍ତ ଓ ହସ୍ତକଳା କ୍ଷେତ୍ରରେ  ଏକ ବିଶେଷ ମହତ୍ୱ ପ୍ରତିପାଦିତ କରି ମାଁ ମାନଙ୍କ ଆର୍ଥିକ ପ୍ରଗତି ର ପ୍ରେରଣାର ଉତ୍ସ ହୋଇପାରିଛି l ଏହି କାର୍ଯ୍ୟକ୍ରମ ର ସଫଳତା କୁ ଆଖି ଆଗରେ ରଖି ସୁବର୍ଣ୍ଣlଶ୍ରୀ ର ବୋର୍ଡ ଅଫ ଡାଇରେକ୍ଟର ର ସଦସ୍ୟା ବୃନ୍ଦ ଆଜି ନବୀନ ନିବାସ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ,5T ସଚିବ ଶ୍ରୀଯୁକ୍ତ ଭି. କେ ପାଣ୍ଡିଆନ, ମିଶନ ଶକ୍ତି ସଚିବ ଶ୍ରୀମତୀ ସୁଜାତା ଆର କାର୍ତ୍ତିକେୟନ ପ୍ରମୁଖ ଙ୍କୁ ଭେଟି ଓଡିଶା ସରକାରଙ୍କ ମହିଳା ସଶକ୍ତିକରଣ ବିଭାଗ ତଥା ମିଶନ ଶକ୍ତି ଦ୍ୱାରା ଜିଲ୍ଲାର ମାଆ ମାନଙ୍କୁ ନେଇ ଆରମ୍ଭ ହୋଇଥିବା ସୁବର୍ଣ୍ଣା ଶ୍ରୀ ଉତ୍ପାଦ କମ୍ପାନୀ ର କାର୍ଯ୍ୟକାରିତା ଓ ସଫଳ ଯାତ୍ରା ର ଅନୁଭୂତି କହିବା ସହ କମ୍ପାନୀ ର ସଫଳତା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା,5T ସଚିବ,ତଥା ମିଶନ ଶକ୍ତି ସଚିବ ପ୍ରମୁଖଙ୍କୁ ଜିଲ୍ଳାବାସୀ ଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରିଛନ୍ତି l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS