BREAKING
Loading...
:

ଖଟଖଟିଆ ସ୍କୁଲର ପ୍ରୋଜେକ୍ଟ ଦିଲ୍ଲୀ ବିଜ୍ଞାନ ଭବନରେ ପ୍ରଦର୍ଶିତ ହେବ ।

 ଖଟଖଟିଆ ସ୍କୁଲର ପ୍ରୋଜେକ୍ଟ ଦିଲ୍ଲୀ ବିଜ୍ଞାନ ଭବନରେ ପ୍ରଦର୍ଶିତ ହେବ ।




ସୁବର୍ଣ୍ଣପୁର ( ମଣିଭଦ୍ରା ଖବର)ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖଟଖଟିଆ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଓ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ର ସହଯୋଗରେ ମାଲଟିଏଜ ହାଇଟେକ ୱାଟର ବେସିନ ରାଜ୍ୟସ୍ତରରୁ ଜାତୀୟ ସ୍ତରକୁ ମୋନନିତ ହୋଇଯାଇଛି ।ଏଥିରେ ଛାତ୍ରୀ ସ୍ୱରୂପା ପଲିଆ ଓ ଗାଇଡ଼ ଶିକ୍ଷକ ସମୀର କୁମାର ପ୍ରଧାନ ଙ୍କ ତ୍ୱତ୍ଵାବଧାନରେ କୋରନା ସମୟରେ 2020-21  ମସିହାରେ ହୋଇଥିବା ପ୍ରୋଜେକ୍ଟ ଟି ଆସନ୍ତା ତା ୧୪-୦୯-୨୦୨୨ ରେ ଉକ୍ତ ପ୍ରକଳ୍ପ ଟି ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି ।  ବୌଦ୍ଧ ଜିଲ୍ଲାର ରୁ ଏକମାତ୍ର ପ୍ରକଳ୍ପ ମନୋନୀତ ହୋଇଥିବାରୁ ଜିଲ୍ଲା ତଥା ଜିଲ୍ଲା ବାହାର ଶିକ୍ଷାବିତ ବୁଦ୍ଧିଜୀବୀ ମହଲରୁ ଛାତ୍ରୀ ପଲିଆଙ୍କୁ ଶୁଭେଛା ର ସୁଅ ଛୁଟିଥିବା ବେଳେ ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ ଉଦୟନାଥ ମାଝୀ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର,ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦେବେନ୍ଦ୍ର ଦେହୁରୀ ଛାତ୍ରୀ ସ୍ୱରୂପା ପଲିଆଙ୍କୁ ବେଶ ଉତ୍ସାହିତ କରିଛନ୍ତି । ଏବେ ରାଜ୍ୟ ସରକାରଙ୍କ ତ୍ୱତ୍ଵାବଧାନରେ  ଛାତ୍ରୀ ସ୍ୱରୂପା ପଲିଆ ପ୍ରୋଜେକ୍ଟ ପ୍ରଦର୍ଶନ ପାଇଁ ଦିଲ୍ଲୀ ଯାଇଛନ୍ତି । ଏଥିରେ ବିଶେଷ ସହଯୋଗରେ ଖଟଖଟିଆ ହାଇସ୍କୁଲ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଯଜ୍ଞସେନି ଖେତୀ ।ଏଥିପାଇଁ ଉଭୟ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ  ପଲିଆଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ବିଦ୍ୟାଳୟର ସୁନାମ ପାଇଁ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ବେଶ ଖୁସି ଅଛନ୍ତି । 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS