BREAKING
Loading...
:

କନ୍ଧମାଳ ଜିଲାର ଦୁଇ ବରିଷ୍ଠ ପୋଲିସ ଅଧିକାରୀ ଙ୍କୁ ସମ୍ବର୍ଦ୍ଧିତ

 କନ୍ଧମାଳ ଜିଲାର ଦୁଇ ବରିଷ୍ଠ ପୋଲିସ ଅଧିକାରୀ ଙ୍କୁ    ସମ୍ବର୍ଦ୍ଧିତ




କନ୍ଧମାଳ,(ମଣିଭଦ୍ରା ଖବର): କନ୍ଧମାଳ ଜିଲାର ଦୁଇ ବରିଷ୍ଠ ପୋଲିସ ଅଫିସର ମହେନ୍ଦ୍ର ନାଥ ମୁର୍ମୁ ଓ ସଦର ଥାନାଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ଅନ୍ୟତ୍ର ବଦଳି ହୋଇଯିବା ଫଳରେ  କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ ଏ ଦୁହିଁଙ୍କୁ ସମ୍ବର୍ଦ୍ଧିତ କରିଥିଲେ l କନ୍ଧମାଳ ଜିଲ୍ଲାର ସଦର ଏସ୍ଡ଼ିପିଓ ଭାବେ ନିଷ୍ଠା, ଆନ୍ତରିକତା ଓ ଦକ୍ଷତାର ସହ ଦିନ ରାତି ଏକ କରି ନିରବିଛିନ ଭାବେ ସହରବାସୀଙ୍କୁ ସୁରକ୍ଷା ଯୋଗାଇ ଆସୁଥିବା ପୋଲିସ ଅଫିସର ମହେନ୍ଦ୍ର ନାଥ ମୁର୍ମୁଙ୍କ କେନ୍ଦୁଝର ସଦର ଏସ୍ଡ଼ିପିଓ ଭାବେ ବଦଳି ହୋଇଛି l ସେହିପରି ମୁର୍ମୁ କରୋନା ମହାମାରି ସମୟରେ ବି ଲୋକଙ୍କୁ ସଚେତନ କରିବା ସହ କରୋନା ସଂକ୍ରମଣ ରୋକିବା ପାଇଁ ବ୍ୟାପକ ଉଦ୍ୟମ କରିଥିଲେ l ସେହିପରି ସଦର ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ମଧ୍ୟ ବାଲିଗୁଡା ଥାନା ଅଧିକାରୀ ଭାବେ ରହି କରୋନା ସଚେତନ କରିବା ସହ ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିଥିଲେ lପରେ କିଛି ମାସ ସଦର ଥାନାଧିକାରୀ ଭାବେ ସୁଚାରୁରୂପେ ଦାଇତ୍ୱ ସମ୍ପନ କରିଥିଲେ l ପ୍ରଶାନ୍ତ ମଧ୍ୟ ପଦୋନ୍ନତି ପାଇ ଆନନ୍ଦପୁର ଏସଡିପିଓ ଭାବେ ବଦଳି ହୋଇଛନ୍ତି l ସେହିପରି କଟକ ଗ୍ରାମାଞ୍ଚଳ ଏସଡ଼ିପିଓ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିବା ସୁପ୍ରଶନ ମଲିକ ଫୁଲବାଣୀ ଏସଡିପିଓ ଭାବେ ମହେନ୍ଦ୍ର ନାଥ ମୁର୍ମୁଙ୍କ ସ୍ଥାନରେ ଦାଇତ୍ୱ ଗ୍ରହଣ କରିଛନ୍ତି l ନୂତନ ଏସଡ଼ିପିଓ ମଲିକ ଙ୍କୁ ଫୁଲବାଣୀ ଟାଉନ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠି, ଫିରିଙ୍ଗିଆ ଥାନାଧିକାରୀ ଏସ. ଶ୍ୟାମ ସୁନ୍ଦର ରାଓ, ଖଜୁରୀପଡା ଥାନା ଅଧିକାରୀ ଗେଲିକୁମାରୀ ସାହୁ, ସଦର ଥାନା ଅଧିକାରୀ ସମୀର ରାଉତ ଓ ଗୋଛାପଡା ଥାନା ଅଧିକାରୀ ରଣଜିତ କୁମାର ମୁନି ପ୍ରମୁଖ ଉପସ୍ଥିତ ରହି  ସ୍ଵାଗତ ସମ୍ବର୍ଧନା ଜଣାଇବା ସହ ସମସ୍ତ ସହଯୋଗ କରିବେ ବୋଲି କହିଥିଲେ l

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ, କନ୍ଧମାଳ

Post a Comment

Previous Post Next Post
Header ADS