BREAKING
Loading...
:

ସହର ସ୍ଥିତ ବିଭିନ୍ନ ହୋଟେଲ, ରେଷ୍ଟ୍ତୂ ରାଣ୍ଟସଉପରେ ଅଚାନକ ଚଢ଼ାଉ

 ସହର ସ୍ଥିତ ବିଭିନ୍ନ ହୋଟେଲ, ରେଷ୍ଟ୍ତୂ ରାଣ୍ଟସଉପରେ ଅଚାନକ ଚଢ଼ାଉ -






ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ପରାମର୍ଶ କ୍ରମେ ଉପଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ନିର୍ଦେଶରେ ରେ ଆଜି ସୋନପୁର ସହର ସ୍ଥିତ ବିଭିନ୍ନ ହୋଟେଲ, ରେଷ୍ଟ୍ତୂରାଣ୍ଟସ ଉପରେ ଅଚାନକ ଚଢ଼ାଉ କରାଯାଇ ହୋଟେଲ ଗୁଡିକର ଆନୁସଙ୍ଗିକ ବ୍ୟବସ୍ଥା ଗୁଡିକର ଯାଞ୍ଚ କରାଯାଇଛି l ଚଢ଼ାଉରେ ଜିଲ୍ଳା ଯୋଗାଣ ବିଭାଗ ର ଅଧିକାରୀ, ଜିଲ୍ଲା ଖାଦ୍ୟ ନିରୀକ୍ଷକ ତଥା ସମ୍ପୃକ୍ତ ବିଭାଗର କର୍ମଚାରୀ ସାମିଲ ରହିଥିଲେ l ଏହି ପରିପ୍ରେକ୍ଷୀରେ ଆଜି ଜୟଗୁରୁ ମାର୍କେଟ କମ୍ପ୍ଲେକ୍ସ ପାଖରେ ଥିବା ସୁଶାନ୍ତ ହୋଟେଲ, ଗୋକର୍ଣ୍ଣେଶ୍ୱର ପଡା ସ୍ଥିତ ମିଶ୍ର ହୋଟେଲ, କସ୍ତୁରୀ ହୋଟେଲ ରେ ଅଚାନକ ଚଢ଼ାଉ ପୂର୍ବକ ହୋଟେଲ ର ବିଭିନ୍ନ ବ୍ୟବସ୍ଥା ର ଯାଞ୍ଚ କରାଯାଇଥିଲା l ଯାଞ୍ଚ ସମୟରେ ହୋଟେଲ ଗୁଡ଼ିକରୁ ବେନିୟମ ଭାବେ ବ୍ୟବହୃତ ୯ ଗୋଟି ଘରେଇ ଗ୍ୟାସ ସିଲିଣ୍ଡର ବାଜ୍ୟାପ୍ତ କରାଯାଇଛି l ଆଗକୁ ଏହି ଧରଣର ଚଢ଼ାଉ ଓ ଯାଞ୍ଚ ପ୍ରକ୍ରିୟା ନିୟମିତ ଚାଲୁ ରହିବ ଏଣୁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ର ମାଲିକ, ହୋଟେଲ ଓ ରେଷ୍ଟ୍ତୂରାଣ୍ଟସ ର ମାଲିକ ପ୍ରମୁଖ ନିଜ ନିଜର ପ୍ରତିଷ୍ଠାନ ର ପରିସର, ପରିପାର୍ଶ୍ୱ ତଥା ଅନ୍ୟାନ୍ୟ ବ୍ୟବସ୍ଥା ର ସୁ ପରିଚାଳନା ତଥା ସୁବ୍ୟବସ୍ଥିତ କରି ଚଳାଇବାକୁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS