ଜିଲ୍ଳା ପରିବହନ ଓ ପୋଲିସ ବିଭାଗ ତରଫରୁ ତିନି ଦିନିଆଁ ସ୍ୱତନ୍ତ୍ର ଚଢ଼ାଉ -
ସମୁଦାୟ 49 ଗୋଟି ଗାଡି ଜବତ*-- 35 ଜଣ ଡ୍ରାଇଭର ଗିରଫ--l ସୁବର୍ଣ୍ଣପୁର (ମଣିଭଦ୍ରା ଖବର)
ଓଡିଶା ସରକାରଙ୍କ ପରିବହନ କମିଶନର ଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଆବୋଲୀ ସୁନିଲ ନରୱଣେ ଙ୍କ ପରାମର୍ଶ ଓ ଏସପି ଅମରେଶ ପଣ୍ଡା ଙ୍କ ତତ୍ୱାବଧାନ ରେ ଗତ 7 ରୁ 9 ତାରିଖ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇ ଚକିଆ ଚାରି ଚକିଆ ଯାନ ଚଳାଚଳ ଉପରେ ପୋଲିସ ଅଧିକାରୀଙ୍କ ସହ ପରିବହନ ବିଭାଗ କର୍ମଚାରୀଙ୍କ ସ୍ୱତନ୍ତ୍ର ମିଳିତ ଯାଞ୍ଚ କରାଯାଇଛି l ଏହି ପରିପ୍ରେକ୍ଷୀରେ ବିଗତ 3 ଦିନ ଧରି ଜିଲ୍ଲା ପରିବହନ ଅଧିକାରୀ ଶ୍ରୀ ରବୀନ ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଯାଞ୍ଚ ସହର ର କୁଞ୍ଜ ଛକ, ବ୍ଲକ ଛକ ସମେତ ବିଭିନ୍ନ ଜାଗାରେ ଏକକାଳୀନ ଚଢ଼ାଉ ଆରମ୍ଭ କରାଯାଇଛି l ଏହି ସ୍ୱତନ୍ତ୍ର ଯାଞ୍ଚ ସମୟରେ ବିଶେଷ ଭାବେ ବିନା ହେଲମେଟ, ବିନା ଡ୍ରାଇଭିଙ୍ଗ ଲାଇସେନ୍ସ, ଟ୍ରିପଲ ରାଇଡ଼ର ଡ୍ରାଇଭିଂ, ବିନା ଇନ୍ଷ୍ୟୁରେନ୍ସ ରେ ଗାଡି ଚାଳନ ଉପରେ ବିଶେଷ ପଦକ୍ଷେପ ନିଆ ଯାଇଛି l ଜିଲ୍ଳା ର ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱାରୋପ ପୂର୍ବକ ଅବ୍ୟବସ୍ଥିତ ଗାଡିଚାଳନା ତଥା ବିନା କାଗଜାତ ରେ ଗାଡିଚାଳନା ନିଜ ତଥା ଅନ୍ୟ ମାନଙ୍କ ପାଇଁ ଦୁଃଖ ର କାରଣ ହୋଇଥାଏ ଏଣୁ ସମସ୍ତେ ଏଥି ପ୍ରତି ସତର୍କ ହେବାକୁ ଜିଲ୍ଳା ଆରକ୍ଷୀ ଅଧିକାରୀ ଶ୍ରୀ ଅମରେଶ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି l ସର୍ତକ ଓ ସଚେତନ ହେଲେ ସଡ଼କ ଦୁର୍ଘଟଣା କୁ ରୋକାଯାଇପାରିବା ସହ ଧନ ଜୀବନ ସୁରକ୍ଷିତ ରହିବ ଏଣୁ ସମସ୍ତେ ଗାଡିଚାଳନl ସମୟରେ ଯତ୍ନବାନ ହେବାକୁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି l ଗତ ତିନି ଦିନିଆଁ ଚଢ଼ାଉ ରେ ପରିବହନ ବିଭାଗ ଦ୍ୱାରା 49 ଗୋଟି ଭାଇକିଲ ଜବତ ସହ 35 ଜଣ ଜଣ ମଦୁଆ ଗାଡି ଚାଳକ ଙ୍କୁ ଗିରଫ କରାଯାଇଥିବା ବିଷୟ ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ଙ୍କ ଠାରୁ ପ୍ରକାଶ ପାଇଛି l 97 ଗୋଟି ଗାଡି ଚାଳକ ଙ୍କ ଠାରୁ ଭିନ୍ନ ଭିନ୍ନ ମାମଲା ରେ 50 ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିବା ବିଷୟ ଶ୍ରୀ ପଟ୍ଟନାୟକ ଙ୍କ ଠାରୁ ସୂଚନା ମିଳିଛି l ଏସପି ଶ୍ରୀ ପଣ୍ଡା ଓ ପରିବହନ ଅଧିକାରୀ ସୁବର୍ଣ୍ଣପୁର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ରେ କନିଷ୍ଠ ମୋଟର ଯାନ ନିରୀକ୍ଷକ ଲୋକନାଥ ନାୟକ , ପୋଲିସ ଏସ ଆଇ ସୁଶୀଲ ବିଶି ଙ୍କ ସମେତ ସୋନପୁର ସହରାଞ୍ଚଳ ସମସ୍ତ ଅଧିକାରୀ ସମେତ ପରିବହନ ବିଭାଗ କର୍ମଚାରୀ ଓ ପୋଲିସ ବିଭାଗର ଅଧିକାରୀ ପ୍ରମୁଖ ସାମିଲ ଥିବା ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଆଗାମୀ ଦିନରେ ଏହି ଚଢ଼ାଉ କାର୍ଯ୍ୟକ୍ରମ କୁ ଆହୁରି ବ୍ୟାପକ ତଥା କଡାକଡି କରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର



Post a Comment