କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଦୁର୍ବ୍ଯବହାର
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ବୌଦ୍ଧ ଜିଲ୍ଲା ର ବାଉଁଶୁଣୀ ଥାନା ସଦା ସର୍ବଦା ବିବାଦ ଘେରରେ ରହି ଆସୁଛି। ସେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ମାଡ ମାରିବା ଘଟଣା ହେଉ କି ଫଳ ଦୋକାନୀ ଙ୍କ ନିକିତି ଫୋପାଡିବା ଘଟଣା ହେଉ। ଏହି ଥାନା ରେ କାହାରିକୁ ନ୍ୟାୟ ଦେବାର ନଜର ଆସିନାହିଁ। ଯଦିଓ ଆସିଛି ଉପରିସ୍ଥ ଅଧିକାରୀ ମାନଙ୍କ ଆଦେଶ ରେ ।ଏହି ବାଉଁଶୁଣୀ ଥାନା ଅଧିକାରୀ ସୁବାଷ ଚନ୍ଦ୍ର ରାୟଗୁରୁ ଙ୍କ ଖାମ ଖିଆଲି ମନୋଭାବ ଯୋଗୁଁ ସମଗ୍ର ଜିଲ୍ଲା ପୋଲିସ ବାରମ୍ବାର ବଦନାମ ହେବାରେ ଲାଗିଛି। ବାଉଁଶୁଣୀ ଥାନା ଅଞ୍ଚଳ ରେ ବହୁତ ପରିମାଣ ରେ ମଦ, ଗଞେଇ ,ଜୁଆ ବେଆଇନ ଭାବରେ ଚାଲୁଅଛି ।ଖାସ ଥାନା ଅଧିକାରୀ ସୁବାଷ ଚନ୍ଦ୍ର ରାୟଗୁରୁ ଙ୍କ ପାଇଁ। ଆଜି ସକାଳୁ ସବ ଇନ୍ସପେକଟର ସସ୍ମିତା ମଗର ଙ୍କ ନେତୃତ୍ଵ ରେ ଗୋଟିଏ ମୁଦାଲା ସହ ଗାଡି, ଗଞେଇ ଜବତ ହୋଇଥିଲା। ଏବାବଦରେ ଜିଲ୍ଲା ୱେବ ମିଡିଆ ସଙ୍ଘ ର ସଭାପତି ଅକ୍ରୁର ବେହେରା ଙ୍କ ସମତେ ସାମ୍ବାଦିକ ଅବୁ ବକ୍କର ଖାଁ,ଆଶିଷ ବିହାରୀ ଠାକୁର, ସୁମନ୍ତ ମେହେର, ଶରତ ମୁଦୁଲି, ଭରତ ଡାଙ୍ଗ ଖବର ସଗ୍ରହ କରିବା ପାଇଁ ବାଉଁଶୁଣୀ ଥାନା କୁ ଯାଇଥିବା ବେଳେ ଥାନା ର ମହିଳା କନେଷ୍ଟବଳ ବନ୍ଦନା ବେହେରା କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଦୁର୍ବ୍ଯବହାର କରିଥିବା ଅଭିଯୋଗ ଆଣିଥିଲେ। ତା ପରେ ସାମ୍ବାଦିକ ମାନେ ଉପଖଣ୍ଡ ପୋଲିସ ଅଧିକାରୀ ଆନନ୍ଦ ବର୍ଦ୍ଧନ ଗୁରୁ ଙ୍କୁ ଜଣାଇବା ପରେ ଥାନା ଅଧିକାରୀ ସୁବାଷ ଚନ୍ଦ୍ର ରାୟଗୁରୁ ଙ୍କୁ ଫୋନ କରିଥିଲେ। ଥାନା ଅଧିକାରୀ ସୁବାଷ ଚନ୍ଦ୍ର ରାୟଗୁରୁ ଦୁର୍ବ୍ଯବହାର କରିଥିବା ମହିଳା କନେଷ୍ଟବଳ ଙ୍କୁ ଡାକି ତାଗିତ କରିଥିଲେ।ଥାନା ଅଧିକାରୀ ତାଗିତ କରିବା ସତ୍ତ୍ବେ ମହିଳା କନେଷ୍ଟବଳ ମାନିନଥିଲେ ।ପାଳଟା ତୁମେ ମାନେ ମୋର କଣ ତାଡିବ ଏସ ପି ପାଖକୁ ଯିବ ଯ ,ମୋର କେହି କିଛି ଉଫାଡି ପାରିବେ ନାହିଁ ବୋଲି ଯୁକ୍ତି ବାଡିଥିଲେ। ଏହି ମହିଳା କନେଷ୍ଟବଳ କାହା ସାହାସ ରେ ବଳିଆନ ।ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ର ମାନ୍ୟତା ପାଇଥିବା ଗଣତନ୍ତ୍ର ର ଜାଗ୍ରତ ପ୍ରହରୀ ସାମ୍ବାଦିକ ଙ୍କୁ ଏପରି ବ୍ୟବହାର କରାଯାଉଛି ଯେଉଁଠି, ସେଇଠି ଅନ୍ୟ ସାଧାରଣ ଲୋକଙ୍କୁ ପଚାରେ କିଏ?ଯଦି କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଏହି ଥାନା ରେ ଏହି ପରି ଭାବରେ ବ୍ୟବହାର କରାଯାଉଛି, ତେବେ ସାଧାରଣ ଲୋକଙ୍କ କଥା ନିଶ୍ଚୟ ବୁଝି ପାରୁଥିବେ ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର


Post a Comment