BREAKING
Loading...
:

୧୦ ଜିଲ୍ଲାକୁ ୧୫ ଦିନ ରିଲିଫ‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ବାଦ୍ ପଡିଲା ନୟାଗଡ ଜିଲ୍ଲା

 ୧୦ ଜିଲ୍ଲାକୁ ୧୫ ଦିନ ରିଲିଫ‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ବାଦ୍ ପଡିଲା ନୟାଗଡ ଜିଲ୍ଲା 



ଭୂବନେଶ୍ବର (ମଣିଭଦ୍ରା ଖବର) ବନ୍ୟାଞ୍ଚଳ ପରିଦର୍ଶନ ପରେ ୧୦ ଜିଲ୍ଲାକୁ ୧୫ ଦିନ ପାଇଁ ରିଲିଫ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିମଧ୍ୟରୁ ୫ ଜିଲ୍ଲାକୁ ୧୫ ଦିନ ଏବଂ ୫ ଜିଲ୍ଲାକୁ ୭ ଦିନ ପାଇଁ ରିଲିଫ ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।  ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାକୁ ୧୫ ଦିନ ପାଇଁ ଏବଂ ସମ୍ବଲପୁର,ବରଗଡ଼, ସୋନପୁର,ବୈଦ୍ଧ, ଅନୁଗୁଳ ଜିଲ୍ଲାକୁ ୭ ଦିନ ପାଇଁ ରିଲିଫ ବଣ୍ଟନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବନ୍ୟା କ୍ଷୟକ୍ଷତି ଆକଳନ କରି ୭ ଦିନ ଭିତରେ ରିପୋର୍ଟ ଦେବା ସହିତ ୧୫ ଦିନ ଭିତରେ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ ନୟାଗଡ ଜିଲ୍ଲାର ଗଣିଆ, ଭାପୁର ଏବଂ ଖଣ୍ଡପଡ଼ା ବ୍ଳକରେ ଗତ ୪ ଦିନ ଧରି ବନ୍ୟା ଜଳରେ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇ ରହିଛି । ପନିପରିବା ଫସଲ ପାଣିରେ ବୁଡ଼ି ପଚି ଯାଇଛି ।  ଗଣିଆ ବ୍ଳକର ୪୧ଟି ଗ୍ରାମ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ରିଲିଫ ପାଇବାରୁ ନୟାଗଡ ଜିଲ୍ଲାକୁ ବାଦ୍ ଦେବା ଫଳରେ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ସେହିପରି ଜିଲ୍ଲାର ଭାପୁର,ଖଣ୍ଡପଡ଼ା ବ୍ଳକରେ ସ୍ଥିତି ଗୁରୁତର ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କାହିଁକି ନୟାଗଡ ଜିଲ୍ଲାକୁ ରିଲିଫ ଦେବାରୁ ବଞ୍ଚିତ କରିଛନ୍ତି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ତୁରନ୍ତ ନୟାଗଡ ଜିଲ୍ଲାରେ ରିଲିଫ ବଣ୍ଟନ କରିବାକୁ କ୍ଷତିଗ୍ରସ୍ତ ଲୋକେ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ନେଇଥିବା ନିଷ୍ପତିର ପୁନର୍ବିଚାର କରିବାକୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଟାଳଟୁଳ ନୀତିକୁ ସମାଲୋଚନା କରିଛନ୍ତି ବିରୋଧୀ କଂଗ୍ରେସ ଏବଂ ବିଜେପି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS