BREAKING
Loading...
:

ଦୁର୍ନୀତିରେ ଭର୍ତ୍ତି ହିନ୍ଦୋଳ ତହସିଲ୍ ଅଫିସ୍,ଓକିଲ ସଂଘର ଆନ୍ଦୋଳନ ଓ ଅନଶନ ।

 



ଦୁର୍ନୀତିରେ ଭର୍ତ୍ତି ହିନ୍ଦୋଳ ତହସିଲ୍ ଅଫିସ୍,ଓକିଲ ସଂଘର ଆନ୍ଦୋଳନ ଓ ଅନଶନ ।

 ହିନ୍ଦୋଳ,

:    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ର ତହସିଲ୍ ଅଫିସ୍ ଦୁର୍ନୀତିରେ ଭର୍ତ୍ତି ହୋଇଥିବା ଅଭିଯୋଗ କରି ହିନ୍ଦୋଳ ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ଓ ଅନଶନ ଆରମ୍ଭ ହୋଇ ଯାଇଛି।

      ଷଓକିଲ ସଂଘର ଅଭିଯୋଗ ଅନୁଯାୟୀ,ହିନ୍ଦୋଳ ତହସିଲରେ ସମସ୍ତ ମନମୁଖୀ କାର୍ଯ୍ୟକଳାପ ଚାଲିଛି। ସାଧାରଣ ଲୋକଙ୍କ କାମ ଠିକ୍ ସମୟରେ ହେଉନାହିଁ,ବେଆଇନ ଭାବେ ଟଙ୍କା ଆଦାୟ କରାଯାଉଛି।ଏହାକୁ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଚୁପ୍ ରହିଛି।ଏହା ପ୍ରତିବାଦରେ  ହିନ୍ଦୋଳ ଓକିଲ ସଂଘ ପକ୍ଷରୁ ବ୍ୟାନର ଲଗାଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଓ ଅନଶନ କରାଯାଇଛି

ତହସିଲ୍ ଅଫିସରେ ସ୍ୱଚ୍ଛତା ଆଣିବା ଏବଂ ଦୁର୍ନୀତି ବନ୍ଦ କରିବା ପାଇଁ ଓକିଲ ସଂଘ ଦାବି କରିଛି। ତେବେ ତହସିଲଦାର ଙ୍କର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS