BREAKING
Loading...
:

କଲେଜ ଛକ ନିକଟରେ ପୋଡ଼ିଗଲା ପୁରୁଣା ଗାଡ଼ି, ଅଳ୍ପକେ ଟଳିଲା ବଡ଼ ଅଘଟଣ ।

 କଲେଜ ଛକ ନିକଟରେ ପୋଡ଼ିଗଲା ପୁରୁଣା ଗାଡ଼ି, ଅଳ୍ପକେ ଟଳିଲା ବଡ଼ ଅଘଟଣ ।



କଟକର କଲେଜ ଛକ ନିକଟରେ ଅଳିଆ ଗଦା ପାଖରେ ରଖାଯାଇଥିବା ଏକ ପୁରୁଣା ଓ ଅଚଳ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଖବର ପାଇ ଜୋବ୍ରା ଅସ୍ଥାୟୀ ଅଗ୍ନିଶମ କେନ୍ଦ୍ରର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ କଟକ ଓ ଚାଉଳିଆଗଞ୍ଜ ଅଗ୍ନିଶମ କେନ୍ଦ୍ରର ଟିମ୍ ମଧ୍ୟ ପହଞ୍ଚିଥିଲେ। ନିକଟରେ ଜମା ହୋଇଥିବା ଅଳିଆ ପୋଡ଼ାଯିବାରୁ ନିଆଁ ଗାଡ଼ିକୁ ବ୍ୟାପିଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ କୌଣସି ଜୀବନହାନି ହୋଇନଥିବା କଟକ ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS