BREAKING
Loading...
:

ରାଉତପଡାରେ ଶ୍ରୀ ଅରବିନ୍ଦ ପାଠଚକ୍ର ବାର୍ଷିକ ଉତ୍ସବ

 ରାଉତପଡାରେ ଶ୍ରୀ ଅରବିନ୍ଦ ପାଠଚକ୍ର ବାର୍ଷିକ ଉତ୍ସବ 



ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ରାଉତପଡା ଠାରେ ଶ୍ରୀ ଅରବିନ୍ଦ ପାଠଚକ୍ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପାଠଚକ୍ର ଆବାହକ ରତ୍ନାକର ମହାପାତ୍ରଙ୍କ ଆବାହକତ୍ୱରେ ଇଟାମାଟିର ବରିଷ୍ଠ ସଂଗଠକ ସୁରେଶ ଚନ୍ଦ୍ର ବରାଡ, ଉପେନ୍ଦ୍ର ନାଥ ରଣା,ଅଧିକାରୀ ଭାଇ, ଆନନ୍ଦ ଚନ୍ଦ୍ର ବେହେରା,ନନ୍ଦିନୀ ଗୁରୁ,ସୁମନ୍ତ ସିଂଙ୍କ ସମେତ ବହୁ ମାତୃପ୍ରେମୀ ଉପସ୍ଥିତ ଥିଲେ । ପଣ୍ଡିଚେରୀ ଆଶ୍ରମରୁ ଆସିଥିବା ଶ୍ରୀମାଙ୍କ ବାଣି ପଠନ କରାଯାଇଥିଲା । ସମବେତ ଧ୍ୟାନ, ଦୁର୍ଗା ସ୍ତୋତ୍ର,ମା ବହି ପଠନ କରାଯାଇଥିଲା । ଶ୍ରୀ ଅରବିନ୍ଦଙ୍କ ପୂର୍ଣ୍ଣାଙ୍ଗ ଯୋଗ ସମ୍ପର୍କରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ମା ନାମ ଜପ କରିବା ସହିତ ପାଠଚକ୍ର ନିୟମିତ କରିବାକୁ ସେମାନେ ପରାମର୍ଶ ଦେଇଥିଲେ । ବହୁ ବର୍ଷ ଧରି ଏହି ପାଠଚକ୍ର ଆୟୋଜନ ହେଉଥିବାରୁ ଆୟୋଜକଙ୍କୁ ଅତିଥି ମାନେ କୃତଜ୍ଞତା ଜ୍ଞାପନ କରିଥିଲେ । ଗଣିଆରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଛାତ୍ର ଛାତ୍ରୀ ତଥା ଶିକ୍ଷକ ଅପା ଭାଇ,ରାଉତପଡା ଗ୍ରାମବାସୀ ମାନେ ଏହି କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS