ଅବ୍ୟବସ୍ଥାରେ ଅଙ୍ଗନୱାଡ଼ି କେନ୍ଦ୍ର! ମରାମତି ଅଭାବ କୋଠା, ଚଟାଣ ଓ ପାନୀୟ ଜଳ ସମସ୍ୟାରେ କୋମଳମତି ଶିଶୁ !
କନ୍ଧମାଳ:-
ଶିଶୁଙ୍କ ଭବିଷ୍ୟତ ଗଢ଼ିବାର ପ୍ରଥମ ପାହାଚ ହେଉଛି ଅଙ୍ଗନୱାଡ଼ି କେନ୍ଦ୍ର। ହେଲେ ସେହି କେନ୍ଦ୍ରରେ ଯଦି ମୌଳିକ ସୁବିଧାର ଅଭାବ ଦେଖାଦିଏ, ତେବେ କୁନିକୁନି କୋମଳ ମତୀ ସୁରକ୍ଷା ଓ ସ୍ୱାସ୍ଥ୍ୟ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ଏଭଳି ଏକ ଅବ୍ୟବସ୍ଥା ଚିତ୍ର ସାମ୍ନାକୁ ଆସିଛି କିରମା ଗ୍ରାମର (ବାଡ଼େଗୁଡ଼ି, ଝିମିରିଗୁଡ଼ି ) ଅଞ୍ଚଳର ଆମ ଅଙ୍ଗନୱାଡ଼ି କେନ୍ଦ୍ର ଦୁଇଟି ଅଛି କୁନି କୁନି କମଳ ମତି ଶିଶୁ ୧୪ + ୨୦ = ୩୪ ଜଣ ଶିଶୁମାନେ ଅଙ୍ଗନୱାଡ଼ି ଅଛନ୍ତି। ସ୍ଥାନୀୟ ସୂଚନା ଅନୁଯାୟୀ, ବାଡ଼େଗୁଡ଼ି ଏବଂ ଝିମିରିଗୁଡ଼ି ଅଞ୍ଚଳରେ ଥିବା ଦୁଇଟି ଅଙ୍ଗନୱାଡ଼ି କେନ୍ଦ୍ରର କୋଠା ଦୀର୍ଘ ବର୍ଷ ଧରି ରଙ୍ଗମରାମତି ଅଭାବରୁ ସମସ୍ୟାରେ ରହିଛି। କେନ୍ଦ୍ରର ଚଟାଣ ମରାମତି ହୋଇନଥିବା ବେଳେ ନଳକୂପରୁ ମଧ୍ୟ ପାନୀୟ ଜଳ ଗୋଟିଏ ପଟେ ମିଳିପାରୁନି; ନାମକୁ ମାତ୍ର ଦୁଇ ଗୋଟି ନଳକୂପ ଗୋଟିଏ ପଟେ ନଳକୂଳରୁ ପାଣି ବାହାରୁନି। ଫଳରେ ଅଙ୍ଗନୱାଡ଼ିକୁ ଆସୁଥିବା କୋମଳମତି ଶିଶୁମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶିଶୁମାନଙ୍କ ପାଇଁ ସୁରକ୍ଷିତ ପରିବେଶ, ସ୍ୱଚ୍ଛ ପାନୀୟ ଜଳ ଓ ଉପଯୁକ୍ତ ଭିତ୍ତିଭୂମି ଅତ୍ୟନ୍ତ ଜରୁରୀ। କିନ୍ତୁ ଦୀର୍ଘ ଦିନ ଧରି ଏହି ମୌଳିକ ସୁବିଧାଗୁଡ଼ିକର ଅଭାବ ରହିଥିବାରୁ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ବଢ଼ିବା ସ୍ୱାଭାବିକ।ଏହି ସମସ୍ୟାର ସମାଧାନ ପାଇଁ ବ୍ଲକ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ, କୌଣସି ଦୃଶ୍ୟମାନ ସମାଧାନ ହୋଇନଥିବା ଅଭିଯୋଗ ରହିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment