BREAKING
Loading...
:

ବେଆଇନ ମଦ ବିକ୍ରି ବିରୋଧରେ ପୋଲିସର ଚଢ଼ାଉ, ୩ ଗିରଫ

 ବେଆଇନ ମଦ ବିକ୍ରି ବିରୋଧରେ ପୋଲିସର ଚଢ଼ାଉ, ୩ ଗିରଫ



ଗଞ୍ଜାମ ଗୌତମୀ ଅଞ୍ଚଳରେ ବେଆଇନ ମଦ କାରବାର ବିରୋଧରେ ବ୍ରହ୍ମପୁର ସଦର ପୋଲିସର ସ୍ୱତନ୍ତ୍ର ଚଢ଼ାଉ। ୩ଟି ପୃଥକ ମାମଲାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ଠାରୁ ୨୫ ଲିଟର ୭୦୦ ମିଲିଲିଟର ବିୟର ଓ ଓଏସ୍ ମଦ ଜବତ ହୋଇଛି।


ସୂଚନା ଅନୁସାରେ, ସେପ୍ଟେମ୍ବର ୩୦ ତାରିଖରେ ଗୌତମୀ-ଭୁଦୁକି ରାସ୍ତାକଡ଼ରେ ପାଟ୍ରୋଲିଂ ସମୟରେ ପୋଲିସ ଚଢ଼ାଉ କରିଥିଲା। ଘଟଣାରେ କେ. ବାଲାଜୀ ପାତ୍ର, ଏସ୍. ଶଙ୍କର ରେଡ୍ଡୀ ଓ ତୃପ୍ତି ଭୂଷଣ ସାହୁଙ୍କୁ ଗିରଫ କରାଯାଇଛି।


ଏନେଇ ବ୍ରହ୍ମପୁର ସଦର ଥାନାରେ ମୋଟ ୩ଟି ମାମଲା ରୁଜୁ ହୋଇଛି। ତିନି ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ବେଆଇନ ମଦ କାରବାର ବିରୋଧରେ ଆଗକୁ ମଧ୍ୟ ଚଢ଼ାଉ ଜାରି ରହିବ ବୋଲି ଥାନା ଅଧିକାରୀ ସୁଚିତ୍ରା ପରିଡ଼ା କହିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS