BREAKING
Loading...
:

ପଞ୍ଚାୟତ ଓ ପୌର ନିର୍ବାଚନ ୨୦୨୭: ଅକ୍ଟୋବର ୨୬ରୁ ଆରମ୍ଭ ହେବ ଘରକୁ ଘର ବୁଲି ଭୋଟର ସର୍ଭେ

 ପଞ୍ଚାୟତ ଓ ପୌର ନିର୍ବାଚନ ୨୦୨୭: ଅକ୍ଟୋବର ୨୬ରୁ ଆରମ୍ଭ ହେବ ଘରକୁ ଘର ବୁଲି ଭୋଟର ସର୍ଭେ



ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଜୋରଦାର ହୋଇଛି। ଏହି ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସୁରୁଖୁରୁରେ ସମ୍ପାଦନ କରିବା ଲକ୍ଷ୍ୟରେ ନୂତନ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଆସନ୍ତା ମାସରୁ ରାଜ୍ୟବ୍ୟାପୀ ଘରକୁ ଘର ବୁଲି ସର୍ଭେ କରାଯିବ ।


ଏ ନେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମ୍ୟୁନିସିପାଲ କର୍ପୋରେସନ କମିଶନର, ମ୍ୟୁନିସିପାଲିଟି ଓ NAC ର ନିର୍ବାହୀ ଅଧିକାରୀମାନଙ୍କୁ ଚିଠି ଜାରି ହୋଇଛି।


ଚିଠି ଅନୁଯାୟୀ ସେପ୍ଟେମ୍ବର ୨୩ ତାରିଖରେ ଭୁବନେଶ୍ୱର ସ୍ଥିତ ଷ୍ଟେଟ୍ କନଭେନସନ ସେଣ୍ଟର ଗ୍ରାଉଣ୍ଡ ଫ୍ଲୋରରେ ମାଷ୍ଟର ଟ୍ରେନରମାନଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅକ୍ଟୋବର ୨୨ ତାରିଖରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ କର୍ମଚାରୀମାନେ ଘରକୁ ଘର ବୁଲି ନୂତନ ଭୋଟର ତାଲିକା ଯାଞ୍ଚ ଓ ସଂଶୋଧନ କରିବେ। ୦୧ ଜାନୁଆରୀ ୨୦୨୭ ସୁଦ୍ଧା ୧୮ ବର୍ଷ ଅତିକ୍ରମ କରୁଥିବା ନୂତନ ନାଗରିକମାନଙ୍କୁ ଭୋଟର ତାଲିକାରେ ସାମିଲ କରାଯିବ। ଏହି ସର୍ଭେ କାର୍ଯ୍ୟସୂଚୀକୁ ସଠିକ୍ ସମୟରେ ଶେଷ କରିବା ପାଇଁ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


ସର୍ଭେ ଦଳକୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇଦେବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୁପାରିଶ କ୍ରମେ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS