ଦୁଇ ଦିନ ନପୂରୁଣୁ ପୁଣି ଦେଖିବାକୁ ମିଳିଛି ରାସ୍ତା କଡ଼ରେ ଝୁଲନ୍ତା ମୃତଦେହ।
ଚାକୁଣ୍ଡା ଗଛ ରେ ଝୁଲିଛି ଯୁବକ ର ମୃତ ଦେହ,ହତ୍ୟା ନା ଏହା ଆତ୍ମହତ୍ୟା ମୃତ୍ୟୁ ସନ୍ଦେହ ଜନକ।
ଗୁଳେହି,ହିନ୍ଦୋଳ,ଢେଙ୍କାନାଳ।
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ଗୁଳେହି ଛକ ପୁରୁଣା କଟକ ସମ୍ବଲପୁର ରାସ୍ତା କଡ଼ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା।ଜନୈକ ବ୍ୟକ୍ତି ଗଛରେ ସନ୍ଦେହ ଜନକ ଭାବେ ଗାମୁଛା ଲଗାଇ କରିଛି ଆତ୍ମହତ୍ୟା କିନ୍ତୁ ଭୁଇଁ ରେ ଲାଗିଛି ପାଦ।ମୃତ୍ୟୁ ସନ୍ଦେହ ଘେର ରେ। ହତ୍ୟା କରି ଆତ୍ମ ହତ୍ୟା ର ଦିଆଯାଉଛି କି ରୂପ।
ଗତ ଅଠର ତାରିଖ ରେ ସାତ ମାଇଲ କାଜୁ ଜଙ୍ଗଲ ରୁ ରାସ୍ତା କଡ଼ରେ ଅନୁରୂପ ଭାବେ ଜଣକର ଶବ ମିଳିଥିବା ବେଳେ ଆଜି ପୁଣି ରାସ୍ତା କଡ଼ରେ ଏଭଳି ଅଭାବନୀୟ ଦୃଶ୍ୟ ହିନ୍ଦୋଳ ରେ ଆଇନ୍ ଶୃଙ୍ଖଳା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବା ଭଳି।
ତେବେ ବ୍ୟକ୍ତି ର ପରିଚୟ ସ୍ପଷ୍ଟ ହୋଇଛି,ବ୍ୟକ୍ତି ନାମ ନିରଞ୍ଜନ ବେହେରା(୩୨)ପିତା ଗଗନ ବେହେରା
ମାହାଲୁଣ୍ଡା ପଞ୍ଚାୟତ ଟାଙ୍ଗିଶାଳ ଗ୍ରାମ ରୁ ହୋଇ ଥିବା ବେଳେ ସେ ଆଗରୁ ଭୂଷଣ ରେ କାମ କରୁଥିଲେ କିନ୍ତୁ କିଛିଦିନ ହେଲା ନିକଟସ୍ଥ ଏକ ଢାବାରେ କର୍ମଚାରୀ ଭାବେ ନିୟୋଜିତ ଥିଲେ।ଢ଼ାବା ମାଲିକ ଙ୍କ କହିବା ଅନୁସାରେ ଗତ କାଲି ରାତି ୧୨:୩୦ ପର୍ଯ୍ୟନ୍ତ ମୃତକଙ୍କ ସହିତ ଯୋଗାଯୋଗ ରେ ଥିଲେ।ସକାଳ ପାହିଲା ବେଳକୁ ଯୁବକକୁ ଏହି ଅବସ୍ଥାରେ ଦେଖିବାକୁ ପାଇ ଥିଲେ।ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ ହତ୍ୟା ଅଭିଯୋଗରେ ଆଣିଛନ୍ତି। କେଉଁ ପରିସ୍ଥିତିରେ,କଣ ପାଇଁ, କେତେ ବେଳେ,କେମିତି ଅବା କିଏ ମାରିଛି ନା ନିଜେ ମରିଛି ଏସବୁର ସ୍ପଷ୍ଟ ତଦନ୍ତ ହେବା ଆବଶ୍ୟକ।
ଖବର ସଂଗ୍ରହ ବେଳକୁ ସାଇଣ୍ଟିଫିକ ଦଳ ପହଞ୍ଚି ନଥିବା ବେଳେ ସାତମାଇଲ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଅଛି।ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି,ପୋଷ୍ଟ ମର୍ଟମ ପରେ ପ୍ରକୃତ ସତ୍ୟ ଜଣା ପଡିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment