ମୋବାଇଲ ବ୍ଲାଷ୍ଟ ହୋଇ ଘରେ ଲାଗିଲା ନିଆଁ
ଅଳ୍ପକେ ବର୍ତିଲେ ୫ ଜଣ ପରିବାର
କଳାହାଣ୍ଡି, ଜୁନାଗଡ଼ ବ୍ଲକ ଅନ୍ତର୍ଗତ କେନ୍ଦୁ ପାଟି ଗ୍ରପଞ୍ଚୟତ, କନ୍ଧ ବ୍ରାହ୍ମଣୀ ଗୁଡ଼ା ଗ୍ରାମର ବିକ୍ରମ ଜାନୀଙ୍କ (୩୫)ଘରେ ରାତି ଭୋର୍ ୧୨ ଘଣ୍ଟା ସମୟରେ ମୋବାଇଲ କୁ ଚାର୍ଜ ରେ ଲଗାଇ ପରିବାରର ସମସ୍ତେ ସୋଇଥିବା ବେଳେ ,ହଠାତ୍ ରାତ୍ର ୩ ଘଣ୍ଟା ସମୟରେ ଉକ୍ତ ମୋବାଇଲ ବ୍ଲାଷ୍ଟ ହୋଇଯାଇ ଘରର ଏକ ପାର୍ଶ୍ୱରେ ନିଆ ଲାଗି ଯାଇଥିଲା । କିଛି ସମୟପରେ ନିଦ ଭାଙ୍ଗିବାରୁ ବହୁତ୍ କଷ୍ଟରେ ସମସ୍ତେ ଘରୁ ବାହାରକୁ ବାହାରିଥିଲେ, ଏବଂ ପାଖ ପଡିଶା ଲୋକଙ୍କୁ ଡାକି ହୁତୁ ହୂତୁ ହୋଇ ଜଳୁଥିବା ନିଆଁ କୁ ପାଣି ମୋଟର ର ସାହାଯ୍ୟରେ ଆୟତ୍ତ କରିଥିବାଦେଖିବାକୁ ମିଲିଥିଲା।ଘରୋଇ ବ୍ୟବହାର ସାମଗ୍ରୀ ଚାଉଳ , କପଡା ନାନା ପ୍ରକାର କ୍ଷୟ କ୍ଷତି ହୋଇଥିବାଦେଖିବାକୁମିଲିଛି, ଖବର ପାଇ ସ୍ଥାନିୟ ଆର୍ ଆଇ ଉତ୍ତମ କୁମାର ମାଝୀ ସ୍ଥିତି ପରଖିବା ପାଇଁ ପହଞ୍ଚିଥିଲେ, ଏବଂ ବର୍ଷା ଦିନରେ ଅସୁବିଧା ହେବାପାଇଁ ଅଫିସ କୁ ଆସି ଦରି ପାଲ ଟିକେ ନେବ ବୋଲି କହିଥିଲେ, ଉକ୍ତ ଘଟଣା ଉପରେ ସ୍ଥାନୀୟ ସରପଞ୍ଚ ଚିନ୍ମୟୀ ସେଠୀଙ୍କୁ ଫୋନ ମାଧ୍ୟମରେ ମାତା ମତ୍ ନେଇଥିଲୁ ସେ କହିଥିଲେ ଯେ ଯଦି ଆବାସ ଗୃହ ଯୋଜନାରେ ତାଙ୍କ ନାମ ଅଛି ତାହେଲେ ଆଗୁଆ କରିଦେବା ବୋଲି ମତପ୍ରକାଶ କରିଥିଲେ ।ତେବେ ଦେଖିବାକୁ ବାକି ରହିଲା ନିରୀହ ପରିବାର ପ୍ରତି ସରକାର କେତେ ତତ୍ପରତା ଦେଖାଉଅଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment