BREAKING
Loading...
:

ଅଫେରା ରାଇଜରେ ‘ନେଇ ଯାରେ ମେଘ ମୋତେ’ ସିଙ୍ଗର, ଗାଇଛନ୍ତି ୬୦ରୁ ଅଧିକ ଓଡ଼ିଆ ଗୀତ

 



*ଅଫେରା ରାଇଜରେ ‘ନେଇ ଯାରେ ମେଘ ମୋତେ’ ସିଙ୍ଗର, ଗାଇଛନ୍ତି ୬୦ରୁ ଅଧିକ ଓଡ଼ିଆ ଗୀତ*

Nightingale of South India passed away: ଏସ. ଜାନକୀ ୬୦ରୁ ଅଧିକ ଓଡ଼ିଆ ଗୀତ ଗାଇଛନ୍ତି । ବହୁ ସୁପରହିଟ୍‌ ସିନେମାରେ ସେ କଣ୍ଠଦାନ କରିଛନ୍ତି । ଆଜି ବି ସେହି ଗୀତ ଲୋକାମାନଙ୍କ ଗହଣରେ ବେଶ ଆଦୃତ ।       ପ୍ରଖ୍ୟାତ ଗାୟିକା ଏସ. ଜାନକୀଙ୍କର ଶନିବାର ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । କର୍ଣ୍ଣାଟକର ମୈସୂରୁସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ସେ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ। ଓଡ଼ିଆ, ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟାଲମ୍ ସମେତ ଅନେକ ଭାଷାରେ ହଜାର ହଜାର ସୁପରହିଟ୍ ଗୀତ ଗାଇ ସେ କୋଟି କୋଟି ଶ୍ରୋତାଙ୍କ ହୃଦୟ ଜିତିଥିଲେ। ତାଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି।


ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ଅନୁଯାୟ, ଏସ. ଜାନକୀ ୬୦ରୁ ଅଧିକ ଓଡ଼ିଆ ଗୀତ ଗାଇଛନ୍ତି । ବହୁ ସୁପରହିଟ୍‌ ସିନେମାରେ ସେ କଣ୍ଠଦାନ କରିଛନ୍ତି । ଆଜି ବି ସେହି ଗୀତ ଲୋକାମାନଙ୍କ ଗହଣରେ ବେଶ ଆଦୃତ ।  ୧୯୭୦ରେ ମୁକ୍ତିଲାଭ କରିଥିବା ପ୍ରଶାନ୍ତ ନନ୍ଦ ନିର୍ଦ୍ଦେଶିତ ‘ବଳିଦାନ’ ସିନେମାରେ ସେ ଗାଇଥିବା‘ନେଇ ଯାରେ ମେଘ ମୋତେ’ ଗୀତ ଓଡ଼ିଶାରେ ଘରେ ଘରେ ପରିଚିତ । 


ସେହିଭଳି ତାଙ୍କ କଣ୍ଠ ନିସୃତ ମୋ ମନ ଉପବନ (ଚଳଚ୍ଚିତ୍ର: ପଳାତକ), ସ୍ବପ୍ନର କୁହୁଡ଼ିରେ, କାନ୍ତଭରା ଦିବା ରଜନୀ(ଚଳଚ୍ଚିତ୍ର: କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ), ପାଦରେ ପାଦ ଛନ୍ଦା, ଯା ଯାରେ ନାଗର, ୧୯୭୯ରେ ଗୌରୀ ସିନେମାର ‘ଗୋରା ଗୋରା ଗାଲେ ତୋର କଳା କଳା ଜାଇ’ ଆଦି ଗୀତ ବେଶ ଲୋକପ୍ରିୟ । ଏହା ବ୍ୟତୀତ ଅଲିଭା ଦାଗ ଭଳି ଆଲବମରେ ‘ଛୁଅଁନା ମୋତେ’ ଭଳି ଗୀତ ଗାଇଛନ୍ତି ଏସ. ଜାନକୀ । ଓଡ଼ିଆ ସିନେ ଜଗତର ଅକ୍ଷୟ ମହାନ୍ତ, ପ୍ରଫୁଲ କରଙ୍କ ଭଳି ପ୍ରାୟ ସବୁ କିମ୍ବଦନ୍ତୀ ସଙ୍ଗୀତ ନିର୍ଦ୍ଦେଶକଙ୍କ ଗୀତ ଗାଇଛନ୍ତି ଦକ୍ଷିଣ ଭାରତର ଏହି କୋକିଳ କଣ୍ଠୀ ଗାୟିକା । 


ଏସ୍‌ ଜାନକୀ ଓଡ଼ିଆରେ ଅନେକ ଏଭରଗ୍ରୀନ ଗୀତ ଗାଇଛନ୍ତି । ତାଙ୍କ ଗୀତଗୁଡ଼ିକ ଆଜି ମଧ୍ୟ ଲୋକପ୍ରିୟ ଏବଂ ସେ ଓଡ଼ିଆ ଚଳଚ୍ଚିତ୍ର ‘ସତ କବେ ଲୁଚି ରହେନା’ (୧୯୮୬) ପାଇଁ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି । ଭାରତୀୟ ସଂଗୀତ ସମେତ ସେ ଜାପାନୀଜ୍, ଜର୍ମାନୀ, ଇଂରାଜୀ, ସିଂହଳୀ ଏବଂ ଫ୍ରେଞ୍ଚ ଭାଷାରେ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି । ଆଜି ତାଙ୍କୁ ହରାଇ ଭାରତୀୟ ସଂଗୀତ ଜଗତ ସ୍ତବ୍ଧ ହୋଇଯାଇଛନ୍ତି ।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS