BREAKING
Loading...
:

ନବମୀ ସନ୍ଧ୍ୟାରେ ମହାପ୍ରଭୁ ପତିତପାବନ ଜୀଉଙ୍କ ଶ୍ରୀରାମ ଅବତାର ବେଶ

 ନବମୀ ସନ୍ଧ୍ୟାରେ ମହାପ୍ରଭୁ ପତିତପାବନ ଜୀଉଙ୍କ ଶ୍ରୀରାମ ଅବତାର ବେଶ 



ଦଶପଲ୍ଲା ୨୩/୦୭ :- କୁଞ୍ଜବନଗଡ ସ୍ଥିତ ବିଜେ ମହାପ୍ରଭୁ ଶ୍ରୀ ଶ୍ରୀ ପତିତପାବନ ଜୀଉ ଆଜି ବାହୁଡ଼ା ନବମୀରେ ଦିବ୍ୟ ଶ୍ରୀରାମ ଅବତାର ବେଶ ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ବିଶ୍ଵାସ ରହିଛି ଯେ ଆଡ଼ପ ମଣ୍ଡପରେ ନବମୀ ଦର୍ଶନ କରିବା ପାଇଁ ବିଭିନ୍ନ ଦେବା ଦେବୀଙ୍କ ସମେତ ଚିରଞ୍ଜିବୀ ଭକ୍ତ ବିଭୀଷଣ ମଧ୍ଯ ଆସିଥାନ୍ତି। ନବମୀରେ ଜଗନ୍ନାଥ ମହାପ୍ରଭୁଙ୍କ ରଘୁନାଥ ବେଶ ଦର୍ଶନରେ ବହୁ ପୁଣ୍ୟ ଅର୍ଜନ ହୁଏ। ଶ୍ରୀ ଶ୍ରୀ ବିଷ୍ଣୁ ତ୍ରେତୟା ଯୁଗରେ ବିରୟୁଧ, କୁମ୍ଭକର୍ଣ୍ଣ, ରାବଣ ଆଦି ଅସୁର ନିପାତ କରି ଧର୍ମ ପ୍ରତିଷ୍ଠା କରିଥିଲେ। ସେଇ ପୁରୁଷୋତ୍ତମ ରଘୁନାଥ ଦଶପଲ୍ଲାର ପରମ ଆରାଧ୍ୟ ଏଣୁ ଦଶପଲ୍ଲାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଘୁନାଥ ବେଶ ସ୍ଵତନ୍ତ୍ର ଭୂମିକା ରଖେ। ଏଠାରେ ଲଙ୍କପୋଡ଼ି ଯାତ୍ରା ଭାରତ ପ୍ରସିଦ୍ଧ। ଏହି ରାମଲୀଳାରେ ଶ୍ରୀରାମ, ଲକ୍ଷ୍ମଣ ଓ ସୀତା ନୀଳାଚଳ ଧାମ ପୁରୀରେ ଜଗନ୍ନାଥ ଦର୍ଶନ କରିଥିଲେ ବୋଲି ବର୍ଣ୍ଣନା ଅନୁସାରେ ଅଭିନୟ ହୁଏ। ଏଣୁ ସନ୍ଧ୍ୟା ଆଳତି ପରେ ପରେ ରାମଲୀଳାର ଅଭିନେତାମାନେ ଗୁଣ୍ଡିଚା ମନ୍ଦିରରେ ରାମାୟଣ ଗାନ କରନ୍ତି। ଆଜି ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଆଡ଼ପ ମଣ୍ଡପରେ ଶେଷ ସନ୍ଧ୍ୟା। ଏଣୁ ହଜାର ହଜାର ସଂଖ୍ୟାରେ ଭକ୍ତଜନ ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ଦର୍ଶନ କରିଛନ୍ତି।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS