କୁଖ୍ୟାତ ଚୋରା ମଦ ବେପାରୀକୁ ଗୋଡ଼ାଇ ମାଡିବସିଲା ଅବକାରୀ ବିଭାଗ
କେନ୍ଦ୍ରାପଡା,
ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ପଳସିଂହା ପଞ୍ଚାୟତର ୧୧ ନଂ ୱାର୍ଡ ରେ ବ୍ୟାପକ ମାତ୍ରାରେ ଚୋରା ମଦ କାରବାର ଚାଲିଥିଲା । ପଳସିଂହା ଗ୍ରାମର ସଞ୍ଜୟ ବାରିକ ତାର ସ୍ତ୍ରୀ ଜୟନ୍ତୀ ବାରିକ ଓ ପୁଅ କାହ୍ନୁ ବାରିକ ମିଶି ଦୀର୍ଘଦିନ ଧରି ଗାଁରେ ଚୋରା ମଦ ବିକ୍ରି କରୁଥିବା ନେଇ ଜିଲ୍ଲା ଅବକାରୀ ବିଭାଗକୁ ସନ୍ଧାନ ମିଳିଥିଲା । ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅବକାରୀ ବିଭାଗର ଏକ ଟିମ୍ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଗତ ସୋମବାର ରାତି ପ୍ରାୟ ୮ ଟା ସମୟରେ ସଞ୍ଜୟ ବାରିକ ଏକ ହୋଣ୍ଡା ଆକ୍ଟିଭା ନଂ ଓଡି ୨୯ ଏମ୍ ୬୮୮୬ ସାହାର୍ଯ୍ୟରେ ବିପୁଳ ପରିମାଣରେ ମଦ ନେଉଥିବା ବେଳେ ଗୋଡ଼ାଇ ଗୋଡ଼ାଇ ମାଡି ବସିଥିଲା ଅବକାରୀ ଟିମ୍ । ପୂର୍ବରୁ ବହୁବାର ଅବକାରୀ ବିଭାଗ ଧରିବା ପାଇଁ ଜାଲ ବିଛାଇଥିଲେ ସୁଦ୍ଧା ସେ ଖସି ଯାଉଥିଲା । ଏଥର କିନ୍ତୁ ଅବକାରୀ ଟିମ୍ କୁ ଏକ ସଫଳତା ମିଳିଥିଲା ସେ ମଦ ବୋହୁଥିବା ସ୍କୁଟର ଗାଡ଼ିକୁ ଜବତ କରିଛି । ଏହି ଚଢ଼ାଉରେ ଅବକାରୀ ଉପ ନିରୀକ୍ଷକ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ । ଅବକାରୀ ବିଭାଗର ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment