ରାଜ୍ୟରେ ଜଣେ ଶିକ୍ଷକରେ ଚାଲିଛି ୧୪୫୮ ସ୍କୁଲ୍ ।
ରାଜ୍ୟରେ କମୁଛି ଶିକ୍ଷାର ମାନ; UDISE+ ରିପୋର୍ଟରେ ସାଂଘାତିକ ତଥ୍ୟ ।
କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର UDISE+ ରିପୋର୍ଟରେ ଆସିଛି ଏପରି ତଥ୍ୟ ।
ତଥ୍ୟ କହୁଛି ଆମ ରାଜ୍ୟରେ ଜଣେ ଶିକ୍ଷକରେ ଚାଲିଛି ୧୪୫୮ ସ୍କୁଲ୍ ।
ଜଣେ ଶିକ୍ଷକରେ ଚାଲିଥିବା ସ୍କୁଲ୍ରେ ପଢ଼ୁଛନ୍ତି ପ୍ରାୟ ୬୦ ହଜାର ଛାତ୍ରଛାତ୍ରୀ ।
ପୂର୍ବ ବର୍ଷ ତୁଳନାରେ ୨୦୨୫-୨୬ ବର୍ଷ ତାଲିକାରେ ଯୋଡ଼ି ହୋଇଛି ୩୬୯ ସ୍କୁଲ୍ ।
ଅର୍ଥାତ୍ ଜଣେ ଶିକ୍ଷକ ଥିବା ସ୍କୁଲ୍ ସଂଖ୍ୟା ବର୍ଷକରେ ବଢ଼ିଛି ୩୪% ।
ପାଠ ପଢ଼ା ସହ ଜନଗଣନା, ନିର୍ବାଚନ ଓ ବିପର୍ଯ୍ୟୟ ମୁକାବିଲା ବି କରୁଛନ୍ତି ।
ତେଣୁ ଜଣେ ଶିକ୍ଷକରେ କିପରି ଚାଲିଛି ଶିକ୍ଷାଦାନ ତାହାକୁ ନେଇ ଉଦ୍ବେଗ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment