ଗଞ୍ଜାମ ଜିଲ୍ଲାରେ ପରିଗଣନା ଫର୍ମ ବଣ୍ଟନ ଓ ଡିଜିଟାଇଜେସନ୍ କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା
ଛତ୍ରପୁର, -:
ଗଞ୍ଜାମ ଜିଲ୍ଲାରେ ଚାଲିଥିବା ପରିଗଣନା ଫର୍ମ (EF) ବଣ୍ଟନ ଓ ଡିଜିଟାଇଜେସନ୍ କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ ହୋଇଛି। ବୁଥ୍ ସ୍ତରୀୟ ଅଧିକାରୀ, ସୁପରଭାଇଜର, ଏ ଇ ଆର ଓ ଏବଂ ଇ ଆର ଓ ମାନଙ୍କ ନିଷ୍ଠାପୂର୍ଣ୍ଣ ପ୍ରୟାସ ଫଳରେ ଏହା ସମ୍ଭବ ହୋଇପାରିଛି ।
ଅଦ୍ୟାବଧି ଜିଲ୍ଲାରେ ମୋଟ 2989929 ଭୋଟରଙ୍କ ମଧ୍ୟରୁ ଜଣଙ୍କୁ 2986929 ଜଣଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି।
ଡିଜିଟାଇଜେସନ୍ କ୍ଷେତ୍ରରେ ମଧ୍ୟ ଜିଲ୍ଲା ଦ୍ରୁତ ଗତିରେ ଅଗ୍ରସର ହେଉଛି। ବର୍ତ୍ତମାନ ସୁଦ୍ଧା 406940 ଟି ଫର୍ମ ଡିଜିଟାଇଜ୍ କରାଯାଇଛି । ସେଥିମଧ୍ୟରୁ ୪୦,୬୪୨୭ଟି ଫର୍ମ ବିଏଲଓମାନଙ୍କ ଦ୍ୱାରା ସଫଳତାର ସହ ଯାଞ୍ଚ କରାଯାଇସାରିଛି ।
ବିଧାନସଭା ନିର୍ବାଚନମଣ୍ଡଳୀମାନଙ୍କ ମଧ୍ୟରେ ପୋଲସରା ୨୧.୯୯ ପ୍ରତିଶତ ଡିଜିଟାଇଜେସନ୍ ସହ ସର୍ବାଗ୍ରେ ରହିଛି। ଏହା ପଛକୁ ଭଞ୍ଜନଗର (୨୦.୪୫%), ସୁରଡ଼ା (୧୯.୦୯%), କବିସୂର୍ଯ୍ୟନଗର (୧୮.୨୭%) ଓ ଆସ୍କା (୧୬.୯୫%) ରହିଛନ୍ତି।
ଜିଲ୍ଲାରେ ୩,୧୨୪ ଜଣ ବିଏଲଓ କାର୍ଯ୍ୟରତ। ଜିଲ୍ଲାର ଶତ ପ୍ରତିଶତ ବି ଏଲ ଓଙ୍କ ପ୍ରଶିକ୍ଷଣ ସରିଛି ।
ଏହି ଅଗ୍ରଗତି ଭୋଟର ତାଲିକାକୁ ଅଧିକ ନିର୍ଭୁଲ, ସ୍ୱଚ୍ଛ ଓ ଅନ୍ତର୍ଭୁକ୍ତିମୂଳକ କରିବା ଦିଗରେ ଜିଲ୍ଲା ପ୍ରଶାସନର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଅବଶିଷ୍ଟ ଫର୍ମଗୁଡ଼ିକର ବଣ୍ଟନ ଓ ଡିଜିଟାଇଜେସନ୍ କାର୍ଯ୍ୟକୁ ଆହୁରି ଅଧିକ କ୍ରିୟାଶୀଳ କରିବା ପାଇଁ ଜ଼ିଲ୍ଲାପାଳ ଭି କୀର୍ତ୍ତି ଭାସନ ପରାମର୍ଶ ଦେଇଛନ୍ତି ।
ଭୋଟରମାନେ ନିଜ ନିଜ ଅଞ୍ଚଳର ବିଏଲଓଙ୍କ ସହ ଯୋଗାଯୋଗ କରି ପରିଗଣନା ଫର୍ମ ପୂରଣ ଓ ଦାଖଲ କରିବାକୁ ଜିଲ୍ଲାପାଳ ଗଞ୍ଜାମବାସୀଙ୍କୁ ଅନୁରୋଧ କରିଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment