BREAKING
Loading...
:

ପ୍ରଧାନମନ୍ତ୍ରୀଙ୍କୁ ସାଂସଦ ଡଃ ପ୍ରଦୀପ ପାଣିଗ୍ରାହୀଙ୍କ ଚିଠି




 ​ *ବାହୁଡ଼ା ଓ ଗୋପାଳପୁର ବନ୍ଦର, ଟାଟା SEZ ଏବଂ ରେୟାର-ଆର୍ଥ କରିଡରର ବିକାଶ ପାଇଁ ବିଳମ୍ବିତ ସୁନପୁର-ବାଲୁଗାଁ ଉପକୂଳ ରାଜପଥକୁ ତ୍ୱରାନ୍ୱିତ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ସାଂସଦ ଡଃ ପ୍ରଦୀପ ପାଣିଗ୍ରାହୀଙ୍କ ଚିଠି।* 

​ନୂଆଦିଲ୍ଲୀ/ବ୍ରହ୍ମପୁର: କେନ୍ଦ୍ର ସରକାରଙ୍କ ଦ୍ୱାରା ₹୮,୩୦୦ କୋଟିର ରମେଶ୍ୱର-ପାରାଦୀପ ଉପକୂଳ ମହାପଥକୁ ମଞ୍ଜୁରୀ ମିଳିବା ପରେ ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ଏହାକୁ ସ୍ୱାଗତ କରିବା ସହ ଦକ୍ଷିଣ ଓଡ଼ିଶାର ଶିଳ୍ପ ବିପ୍ଳବ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦାବି ଉପସ୍ଥାପନ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ଦୀର୍ଘ ଦିନରୁ ବିଳମ୍ବିତ ହୋଇ ରହିଥିବା ସୁନପୁର (ଗଞ୍ଜାମ) ରୁ ବାଲୁଗାଁ (ଚିଲିକା) ଉପକୂଳ ମହାପଥ ଅଂଶକୁ ତୁରନ୍ତ ସଂଯୋଗ କରିବାକୁ ଅନୁରୋଧ କରିଛନ୍ତି।  

​ସାଂସଦ ଉଲ୍ଲେଖ କରିଛନ୍ତି ଯେ ସୁନପୁରରେ ପ୍ରସ୍ତାବିତ ବାହୁଡ଼ା ବନ୍ଦର (Bahuda Port) ଏବଂ କାର୍ଯ୍ୟକ୍ଷମ ଗୋପାଳପୁର ବନ୍ଦର (Gopalpur Port) ର ଯୁଗ୍ମ ବିକାଶ ସହ ବ୍ରହ୍ମପୁର-ଛତ୍ରପୁର-ଗଞ୍ଜାମ (BCG) ଶିଳ୍ପାଞ୍ଚଳ (Industrial Agglomeration) ର ଅଭିବୃଦ୍ଧି ପାଇଁ ଏହି ରାସ୍ତା ଅତ୍ୟନ୍ତ ଜରୁରୀ। ଏହା ସହିତ ଗଞ୍ଜାମ ଉପକୂଳରୁ ମିଳୁଥିବା ମୂଲ୍ୟବାନ ଖଣିଜ ପଦାର୍ଥର ପରିବହନ ପାଇଁ ରେୟାର-ଆର୍ଥ କରିଡର (Rare-Earth Corridor) ଏବଂ ଟାଟା SEZ (Tata Steel SEZ, Gopalpur) ରୁ ଆନ୍ତର୍ଜାତୀୟ ରପ୍ତାନି ବୃଦ୍ଧି କରିବାରେ ଏହି ମହାପଥ ପ୍ରମୁଖ ଭୂମିକା ଗ୍ରହଣ କରିବ। ଭାରତ ସରକାରଙ୍କ Free Trade Agreement (FTA) ର ଲାଭ ଉଠାଇ ଓଡ଼ିଶାର ମତ୍ସ୍ୟ ସମ୍ପଦକୁ ବିଶ୍ୱ ବଜାରରେ ପହଞ୍ଚାଇ ‘ବ୍ଲୁ ଇକୋନୋମି’ (Blue Economy) ର ବିପ୍ଳବ ସୃଷ୍ଟି କରିବା ପାଇଁ ଏହି ବିଳମ୍ବିତ ପ୍ରକଳ୍ପର କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ସେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ନିବେଦନ କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS