ଗଣିଆରେ କାଳ ବୈଶାଖୀର ତାଣ୍ଡବ, କିଶୋର ପ୍ରସାଦରେ ଉଡାଇନେଲା ଛତୁଆ କେନ୍ଦ୍ରର ଆଜବେଷ୍ଟସ, ଭାଙ୍ଗିଲା ଗଛ, ବିଦ୍ୟୁତ୍ ଖୁଣ୍ଟ
ଗଣିଆ ୫/୦୬(ମଣିଭଦ୍ରା ଖବର) ଗଣିଆରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପ୍ରବଳ ପବନ ସାଙ୍ଗକୁ ଘଡ଼ଘଡ଼ି ସହିତ ବର୍ଷା ହେବା ଫଳରେ ଅନେକ କ୍ଷୟକ୍ଷତି ଘଟିଛି । ବିଭିନ୍ନ ସ୍ଥାନରେ ବିରାଟ ବିରାଟ ଗଛ ଭାଙ୍ଗି ପଡିଥିବା ବେଳେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି । ଫଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି । ଗଣିଆ ବ୍ଳକ କିଶୋର ପ୍ରସାଦ ଠାରେ ଥିବା ଚୂଡା ମିଲର ଆଜବେଷ୍ଟସ ସମ୍ପୂର୍ଣ୍ଣ ଉଡାଇ ନେଇଛି । ଦୀର୍ଘ ଦିନ ଧରି ଉକ୍ତ ଚୂଡା ମିଲ୍ ଚାଲିଥିବା ବେଳେ ଶୁକ୍ରବାର ପବନରେ ଆଜବେଷ୍ଟସ ଉଡାଇ ଫିଙ୍ଗି ଦେଇଛି । କିଶୋର ପ୍ରସାଦ ଠାରେ ଅଙ୍ଗନବାଡ଼ି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ନିର୍ମାଣ କରାଯାଉଥିବା ଛତୁଆ କେନ୍ଦ୍ରର ଆଜବେଷ୍ଟସ ମଧ୍ୟ ସମ୍ପୂର୍ଣ୍ଣ ଉଡାଇ ନେଇଛି । ଫଳରେ ଉକ୍ତ ଛତୁଆ ନିର୍ମାଣ କେନ୍ଦ୍ରରେ ପାଣି ପଶି ଅନେକ କ୍ଷୟକ୍ଷତି ଘଟିଛି । ଛତୁଆରେ ବ୍ୟବହୃତ ସାମଗ୍ରୀ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ଅନେକ ସ୍ଥାନରେ ଗଛ ପଡି ବିଦ୍ୟୁତ୍ ତାର ଛିଣ୍ଡି ପଡିଥିବା ବେଳେ ବିଭାଗ ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଜାରି ରହିଛି । ଦମକଳ ଅଧିକାରୀ ବିଜୟାନନ୍ଦ ପରିଡ଼ା କର୍ମଚାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରେ ପଡ଼ିଥିବା ଗଛ ଗୁଡିକୁ ପରିସ୍କାର କରୁଥିବା ଦେଖିବାକୁ ମିଳିଛି ।
ମଣିଭଦ୍ରା ଖବର, ଗଣିଆ



Post a Comment