BREAKING
Loading...
:

କାଳ ବୈଶାଖୀ ବାତ୍ୟାରେ ଲକ୍ଷାଧିକ ଟଙ୍କାର ଶିଶୁ ଖାଦ୍ୟ ନଷ୍ଟ ।

 କାଳ ବୈଶାଖୀ ବାତ୍ୟାରେ ଲକ୍ଷାଧିକ ଟଙ୍କାର ଶିଶୁ ଖାଦ୍ୟ ନଷ୍ଟ ।




 ରାୟଗଡା ଜିଲ୍ଲା କାଶୀପୁର ସଦର ଠାରେ ଶିଶୁ ଖାଦ୍ୟ ପ୍ରସ୍ତୁତି କେନ୍ଦ୍ର ମାଁ ଭଗବତୀ  ସ୍ୱୟଂ ସହାୟକ ଗୋଷ୍ଠୀ ଛତୁଆ ପ୍ରସ୍ତୁତି ୟୁନିଟ , ହୋଇଥିବା କାଳ ବୈଶାଖୀ ର ଝଡବାତ୍ୟା ରେ ଭାଙ୍ଗି ଭୁଶୁଡି ଯାଇଛି। ଝଡ ବାତ୍ୟାରେ ଆଇସିଡ଼ିଏସ ର ଶତାଧିକ କୁଇଣ୍ଟାଲ ଗହମ ଭିଜି ଯାଇଛି। ଶିଶୁ ଖାଦ୍ୟ ପ୍ରସ୍ତୁତି ପାଇଁ ଗଛିତ ଥିବା ଲକ୍ଷାଧିକ ଟଙ୍କାର ଚିନି, ବୁଟ, ବାଦାମ ଭଳି ଅନେକ ସାମଗ୍ରୀ ଏହି ବାତ୍ୟା ରେ ଭିଜି ନଷ୍ଟ ହୋଇଥିବା ଭଗବତୀ ମହିଳା ମଣ୍ଡଳ ଦ୍ଵାରା ପ୍ରକଶ କରାଯାଇଛି।  

 ଶିଶୁ ଖାଦ୍ୟ ପ୍ରସ୍ତୁତି ଛତୁଆ ୟୁନିଟ ଠାରେ ପାଖ ପାଖି ୫୦ ଟି ପରିବାର ନିର୍ଭର କରୁଥିବା ବେଳେ ଏହାର ପୁନଃରୁଦ୍ଧାର ହେତୁ ପ୍ରଶାସନ ର ତତ୍ପରତା ଆବଶ୍ୟକ ବୋଲି ମାଁ ଭଗବତୀ ସ୍ୱୟଂ ସହାୟକ ମହିଳା ମଣ୍ଡଳ ପକ୍ଷରୁ ପ୍ରଶାସନ କୁ ଗୁହାରି କରିଛନ୍ତି।

  ମୁଖ୍ୟ ବିଷୟ ହେଲା ଚଳିତ ବର୍ଷ ଅସହ୍ୟ ଖରା ହେଉଥିବା ବେଳେ ହଠାତ ବର୍ଷା ପବନ, ଝଡ ବାତ୍ୟା ହେଉଥିବା ମଧ୍ୟ ଦେଖା ଦେଇଛି। ଏହି ଅଦିନିଆ ବର୍ଷା ପବନ, ଝଡ ବାତ୍ୟାରେ କାଶୀପୁର ବ୍ଲକ ରେ ବିଭିନ୍ନ ଅଞ୍ଚଳରେ ଜନସାଧାରଣ ନାହିଁ ନଥିବା ବିପଦ ର ସମ୍ବୁଖିନ ହୋଇଛନ୍ତି। ମୁଖ୍ୟତଃ ଲୋକଙ୍କ ସଞ୍ଚିତ ଖାଦ୍ୟ ଶସ୍ୟ, ଆସବା ପତ୍ର,ଲୁଗାପଟା ଇତ୍ୟାଦି ନଷ୍ଟ ହେବା ସହ କାଳ ବୈଶାଖୀ ଝଡ ବାତ୍ୟାର ଦାରୁଣ ପରିସ୍ଥିତି ରେ ବାସ ଗୃହ ପରିତ୍ୟକ୍ତ କରିବା ଦୁଃଖରେ ସରକାରୀ ସହାୟତା ପାଇଁ ଅନେକ ଗୁହାରି କରିଥିବା ପୁର୍ବରେ ଅନେକ ଗଣମାଧ୍ୟମ ଖବର  ପ୍ରକାଶ ପାଇଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS