BREAKING
Loading...
:

ଡ଼ାକ୍ତରଖାନାରେ ପିଇବା ପାଣି ପାଇଁ ଲୋକେ ଡହଳ, ବିକଳ,ଅଂଶୁଘାତ ଆକ୍ରାନ୍ତ ଙ୍କୁ ଫମ୍ପା ମାଠିଆ।

 ଡ଼ାକ୍ତରଖାନାରେ ପିଇବା ପାଣି ପାଇଁ ଲୋକେ ଡହଳ, ବିକଳ,ଅଂଶୁଘାତ ଆକ୍ରାନ୍ତ ଙ୍କୁ ଫମ୍ପା ମାଠିଆ।




ବଲାଙ୍ଗୀର/ଟିଟିଲାଗଡ,

ଅଂଶୁଘାତ ରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଥିବା ରୋଗୀ ଙ୍କୁ ପିଇବା ପାଣି ଟୋପାଏ ମିଳୁନି । ଖାଲି ଫମ୍ପା ମାଠିଆ ପଡ଼ିଥିବା ବେଳେ ରୋଗୀ ଓ ସମ୍ପର୍କୀୟ ୨୦ ଟଙ୍କା ଲେଖାଏଁ ଦେଇ ବୋତଲ ପାଣି ବ୍ୟବହାର କରୁଛନ୍ତି। ପ୍ରକାଶ ଯେ, ତତଲାଗଡ ରୂପେ ପରିଚିତ ଟିଟିଲାଗଡ ଜିଲ୍ଲା ସ୍ତରୀୟ ମୁଖ୍ୟ ଚିକିତ୍ସାଳୟ ରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ପାନୀୟ ଜଳ ଯୋଗାଣ  ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କାର୍ଯ୍ୟକାରୀ ନିୟମ ଥିବା ବେଳେ ତାର ଖିଲାପ କରାଯିବା ଯୋଗୁଁ ଡ଼ାକ୍ତରଖାନା ରେ ଲୋକେ ପିଇବା ପାଣି ପାଇଁ ଅକଥନୀୟ ଦୁର୍ଦ୍ଦଶା ଭୋଗିବା ସାର ହେଉଛି ।

ସେହିପରି ଟିଟିଲାଗଡ ରୁ ପାଞ୍ଚ କିମି ଦୂର ମାତୃ ଓ ଶିଶୁ ଡ଼ାକ୍ତର ଖାନା ରେ ଏହି ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଏ ନେଇ ବିଭାଗୀୟ ମୁଖ୍ୟ ତୁରନ୍ତ ଦୃଷ୍ଟି ଦେବା ସହ ଅଂଶୁଘାତ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନିମନ୍ତେ ଦୃଢ଼ ଦାବୀ ହୋଇଛି।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS