୧୩କୁଇଣ୍ଟାଲ ରୁ ଉର୍ଦ୍ଧ ଗଞ୍ଜେଇ ଜବତ, ଦୁଇ ଜଣ ଅଭିଯୁକ୍ତ ଗିରଫ
ବୌଦ୍ଧ - : ଗଞ୍ଜେଇ କାରବାର ର ହବ କୁହାଯାଉଥିବା ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଂଚଳରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଉପାୟରେ ଗଞ୍ଜେଇ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଛତିଶଗଡ଼ ବାହାର ରାଜ୍ୟକୁ ଚୋରା ଚାଲାଣ ହୋଇଥାଏ l କଣ୍ଟାମାଳ ଥାନା ଉଦେପୁର ରାସ୍ତାରୁ ଏକ କୋଇଲାଗୁଣ୍ଡ ବୋଝେଇ ଟ୍ରକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ୍ କରିଛି କଣ୍ଟାମାଳ ପୁଲିସ l ମାମଲାରେ ଟ୍ରକ ଚାଳକ ଓ ହେଲପର କୁ ଗିରଫ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ | ମିଳିଥିବା ସୂଚନା ଅନୁଯାୟୀ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଣ୍ଟାମାଳ ଥାନା ଅଧିକାରୀ ବାସୁଦେବ ଭୋଇଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଡ଼ୁମାଲପାଲି ରୁ ତିଳକାମାଲ ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଉଦେପୁର ରାସ୍ତାରେ ଏକ ବଡ଼ ଟ୍ରକ କୁ ସନ୍ଦେହରେ ଅଟକାଇ ପୁଲିସ ଯାଞ୍ଚ କରିଥିଲା l ଯାଞ୍ଚ ସମୟରେ ଗାଡ଼ିରେ କୋଇଲା ଗୁଣ୍ଡ ବୋଝେଇ ହୋଇଥିବା ଦେଖିବାକୁ ମିଳିଥିଲା l ତେବେ ଚାଳକଓ ହେଲପର ର ଗତିବିଧି ସନ୍ଦେହଜନକ ହେବାରୁ ଗାଡିଟିକୁ କଣ୍ଟାମାଳ ଥାନା ପଛ ହାଇସ୍କୁଲ ଖେଳପଡ଼ିଆ କୁ ଆଣି ଜେସିବି ସାହାଯ୍ୟରେ କୋଇଲାଗୁଣ୍ଡ କାଢ଼ିବାରୁ ଗୁଣ୍ଡ ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି l ଘଟଣାରେ ଗାଡ଼ିସହ ଦୁଇ ଜଣଙ୍କୁ ଗିରଫ କରିଥିଲା କଣ୍ଟାମାଳ ପୁଲିସ l ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ କୁ ଓଜନ କରିବାରୁ ତାହାର ଓଜନ ୧୩କୁଇଣ୍ଟାଲ ୮୫କେଜି ହୋଇଥିଲା l କଣ୍ଟାମାଳ ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା ନେଇ କଣ୍ଟାମାଳ ଥାନାଧିକାରୀ ବାସୁଦେବ ଭୋଇ ସୂଚନା ଦେଇଛନ୍ତି |
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment