BREAKING
Loading...
:

ସାବିତ୍ରୀ ବ୍ରତ ପାଳନ ଅବସର ରେ ସ୍ତ୍ରୀ କୁ ହତ୍ୟା ଅଭିଯୋଗ

 ସାବିତ୍ରୀ ବ୍ରତ ପାଳନ ଅବସର ରେ ସ୍ତ୍ରୀ କୁ ହତ୍ୟା ଅଭିଯୋଗ ।




ବଲାଙ୍ଗୀର/ଟିଟିଲାଗଡ -  ସାବିତ୍ରୀ ବ୍ରତ ପାଳନ ନେଇ ବେଶ ଚଳ, ଚଞ୍ଚଳ ପରିବେଶ ସୃଷ୍ଟି ହୋଇ ଥିବା ବେଳେ ଜଣେ ସଧବା ନାରୀ ଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି। ସ୍ୱାମୀଙ୍କ  ଦୀର୍ଘାୟୁ କାମନା କରି ଏହି ବ୍ରତ ମହିଳା ମାନେ ପାଳନ କରୁଥିବା ବେଳେ ସାବିତ୍ରୀ ବ୍ରତ ପୂର୍ବ ଦିନ ସାବିତ୍ରୀ ଭାର ନେଇକି ଯାଉଛୁ ବୋଲି ସସ୍ମିତାଙ୍କ ଶ୍ୱଶୁର ଘର ଲୋକଙ୍କୁ କହିବାରୁ ଏ ବର୍ଷ ସେ ଏହି ବ୍ରତ ପାଳନ କରିବନି ବୋଲି ପ୍ରଥମେ ମନା କରିଦେଇଥିଲେ, ସେତେବେଳେ ସସ୍ମିତା କାନ୍ଦି ପକାଇଲେ, ସଂଧ୍ୟା ଚାରିଟା ସମୟରେ ତୁମ ଝିଅ ଆତ୍ମହତ୍ୟା କରିଛି ବୋଲି ଖବର ଶ୍ଵଶୁର ଘର ଲୋକେ ପଥେଇଥିଲେ ।  ଏହି ମୃତ୍ୟୁ କୁ ନେଇ ପରିବାର ଲୋକେ ହତ୍ୟା କରିଦେଇଥିବା ଅଭିଯୋଗ କରିଛନ୍ତି ।  ପ୍ରାପ୍ତ ସୂଚନା ଅନୁଯାୟୀ ଟିଟିଲାଗଡ ଥାନା ଅନ୍ତର୍ଗତ ଦିଗସିରା ପଞ୍ଚାୟତ ଗଉଡତୁଲା ଗ୍ରାମର ନବିନ୍ ରଣାଙ୍କ ସ୍ତ୍ରୀ ସସ୍ମିତା ରଣାଙ୍କ ଶୋଚନୀୟ ଭାବେ ମୃତ୍ୟୁ ଘଟିଛି ।

ପ୍ରକାଶ ଯେ ,ସସ୍ମିତାଙ୍କ ପରିବାର ଲୋକେ ସ୍ୱାମୀ ନବିନ୍ ରଣା ଆମ ଝିଅକୁ ହତ୍ୟା କରିଦେଇଛି ବୋଲି ଗୁରୁତର ଅଭିଯୋଗ ହୋଇଛି । ଖବର ପାଇ ପୋଲିସ ଶବକୁ ଜବତ କରି ଅଧିକ ତଦନ୍ତ ଚଳାଇଛନ୍ତି। ତେବେ ପାରିବାରିକ କଳହ ନା ଅନ୍ୟ କୌଣସି କାରଣରୁ ସସ୍ମିତାଙ୍କ ମୃତ୍ୟୁ ହୋଇଛି ପୋଲିସ ତଦନ୍ତରୁ ଜଣାପଡିବ। ବିବାହ ପରଠାରୁ ସ୍ୱାମୀ ସସ୍ମିତାଙ୍କୁ ଯୌତୁକ ଆଣି ନ ଥିବା ଯୋଗୁଁ ବାରମ୍ବାର ମାଡ , ଧର କରୁଥିବା ଅଭିଯୋଗ କରୁଛନ୍ତି ସସ୍ମିତାଙ୍କ ପରିବାର ଲୋକେ । ଏ ଘଟଣା ନେଇ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ପୋଲିସ ପ୍ରକୃତ ରହସ୍ୟ ଉନ୍ମୋଚନ କରିବା ପାଇଁ ବିଭିନ୍ନ ମହଲ ରେ ଦାବି ହୋଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS