ଗ୍ରାମ ସ୍ୱରାଜ ବିକାଶ ସମିତି ପକ୍ଷରୁ ବିଶ୍ୱ ଋତୁସ୍ରାବ ଦିବସ ପାଳିତ
ସମ୍ବଲପୁର:-
ଗ୍ରାମ ସ୍ୱରାଜ ବିକାଶ ସମିତି ପକ୍ଷରୁ ସମ୍ବଲପୁର ଖେତରାଜପୁର, ଠୁରୁପାଲି, ବନ୍ଧଟିକରା, ରେଙ୍ଗାଲି ଭଳି ବିଭିନ୍ନ ସ୍ଥାନରେ କିଶୋରୀ ମାନଙ୍କୁ ନେଇ ବିଶ୍ବ ଋତୁସ୍ରାବ ଦିବସ ପାଳିତ ହୋଇଯାଇଛି। କିଶୋରୀ ଓ ମହିଳାମାନଙ୍କ ଠାରେ ଏହି ମାସିକ ଋତୁସ୍ରାବ ପ୍ରକ୍ରିୟା କ'ଣ ଓ କାହିଁକି ଋତୁସ୍ରାବ ହୋଇଥାଏ ସେହି ବିଷୟରେ ସମସ୍ତଙ୍କୁ ବୁଝାଇ ସଚେତନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ଚିତ୍ର, ନାଟକ, କବିତା, ଗଳ୍ପ, ନାଚ ଓ ଗୀତ ମାଧ୍ୟମରେ ସଚେତନ ବାର୍ତ୍ତା ଦିଆଯାଇଥିଲା। ଗ୍ରାମ ମଧ୍ଯରେ ରାଲି ଓ ସ୍ଳୋଗାନ ସହ ରୂତୁସ୍ରାବ ଏକ ପ୍ରାକୃତିକ ପ୍ରକ୍ରିୟା ,ଏହା ବିଷୟରେ ଖୋଲାଖୋଲି ଆଲୋଚନା କରାଯିବା ଉଚିତ। ସ୍ବଚ୍ଛତା , ଖାଦ୍ୟପେୟ, ବ୍ୟାୟମ ଓ ସୁସ୍ଥତା ବିଷୟରେ ସଂସ୍ଥାର କର୍ମଚାରୀମାନେ ଲୋକମାନଙ୍କୁ ବୁଝାଇଲେ।ଏହି ଅବସରରେ ସାନିଟାରି ପେଡ୍ ପ୍ରଭୃତି ଋତୁସ୍ରାବ ଜନିତ କିଟ୍ କିଶୋରୀ ବାଳିକା ମାନଙ୍କୁ ପ୍ରଦାନ କରାଯାଇଥିଲା। ଏହାକୁ ପ୍ରଭାତୀ ବାରିକ ପରିଚାଳନା କରିଥିବା ବେଳେ ସୁବାସିନି, ନିକିତା, ଗୀତା, ରିନା ଓ ମନୋରମା ପ୍ରମୁଖ ସହଯୋଗ କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment