ଖୁଣ୍ଟବନ୍ଧ ନିକଟରୁ ଗୋରୁ ବୋଝେଇ ପିକଅପ ସହ ୩ ଅଟକ
ବୌଦ୍ଧ -:ବୌଦ୍ଧ ବଲାଙ୍ଗୀର ଜାତୀୟ ରାଜପଥ ନଂ ୫୭ ର ଖୁଣ୍ଟବନ୍ଧ ଟ୍ରକ ଟର୍ମିନାଲ ନିକଟରେ ଗତ ବିଳମ୍ବିତ ରାତି ରେ ଏକ ହଲ ଗୋରୁ ନେଉଥିବା ପିକଅପ ସହ ୩ ଜନଙ୍କୁ ଜନ୍ହାପଙ୍କ ଫାଣ୍ଡି ପୋଲିସ ଅଟକ ରଖିଥିବା ସୂଚନା ମିଳିଛି | ମିଳିଥିବା ସୂଚନା ଅନୁଯାୟୀ ଖୁଣ୍ଟ ବନ୍ଧ ଗ୍ରାମ ପଞ୍ଚାୟତ ଶରଧାପୁର ଗ୍ରାମରୁ ଏକ ପିକ ଅପରେ ଦୁଇଟି ବଳଦ ବୋଝେଇ କରି ରାତିରେ ମନମୁଣ୍ଡା ପଟକୁ ଚାଲାଣ ହେଉଥିବା ଖବର ପାଇ ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦର କର୍ମକର୍ତ୍ତା ମାନେ ଖୁଣ୍ଟ ବନ୍ଧ ଟ୍ରକ ଟର୍ମିନାଲ ନିକଟରେ ଅଟକାଇ ପୋଲିସକୁ ସୂଚନା ଦେଇଥିଲେ | ଜନ୍ହାପଙ୍କ ଫାଣ୍ଡି ପୋଲିସ ପହଞ୍ଚି ବଳଦ ବୋଝେଇ ପିକପ ସହ ତିନି ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ବେଳେ ଦୁଇ ବଳଦଙ୍କୁ କରମା ପଦର ଗୋଶାଳାକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି |
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment