BREAKING
Loading...
:

ନବନିର୍ବାଚିତ ଓକିଲ ସଂଘ ପ୍ରତିନିଧିମାନଙ୍କୁ AOLA ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା

 ନବନିର୍ବାଚିତ ଓକିଲ ସଂଘ ପ୍ରତିନିଧିମାନଙ୍କୁ AOLA ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା



ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ ହେଲେ ସଞ୍ଜିତ କୁମାର ପାଣିଗ୍ରାହୀ


ବ୍ରହ୍ମପୁର; - : ନିଖିଳ ଓଡ଼ିଶା ଆଇନଜୀବୀ ସଂଘ (ଏ.ଓ.ଏଲ୍.ଏ) ପକ୍ଷରୁ  ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପରେ ଏକ ଭବ୍ୟ ଓ ଗରିମାମୟ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ରାଜ୍ୟର ବିଭିନ୍ନ ଓକିଲ ସଂଘର ନବନିର୍ବାଚିତ ପ୍ରତିନିଧିମାନଙ୍କୁ ସମ୍ମାନିତ କରାଯାଇଥିବା ବେଳେ ବିଶିଷ୍ଟ ଆଇନଜୀବୀ ତଥା ସମାଜସେବୀ ସଞ୍ଜିତ କୁମାର ପାଣିଗ୍ରାହୀଙ୍କୁ ସଂଘ ପକ୍ଷରୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା । ତାଙ୍କର ଆଇନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଏବଂ ସାମାଜିକ ସଚେତନତାମୂଳକ କାର୍ଯ୍ୟ ପାଇଁ ଉପସ୍ଥିତ ଅତିଥିବୃନ୍ଦ ତାଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ।

            ସଂଘର ସଭାପତି ଶ୍ରୀ ବିଭୁ ପ୍ରସାଦ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆଡମ୍ବରପୂର୍ଣ୍ଣ ସମାରୋହରେ ସଂଘର ବରିଷ୍ଠ ନେତା ଶ୍ରୀ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ଗରିମାମୟ ଉପସ୍ଥିତି ସଭାକୁ ଅଧିକ ମର୍ଯ୍ୟାଦାମଣ୍ଡିତ କରିଥିଲା। ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ କୁମାର ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇନଜୀବୀ ସମାଜର ଭୂମିକାକୁ ଗଣତନ୍ତ୍ରର ମୂଳ ଶକ୍ତି ବୋଲି ବର୍ଣ୍ଣନା କରିଥିଲେ। ସେ ଆଡଭୋକେଟମାନଙ୍କ ୱେଲଫେର୍ ଫଣ୍ଡକୁ ୫ କୋଟି ଟଙ୍କାରୁ ବୃଦ୍ଧି କରି ୨୦ କୋଟି ଟଙ୍କା କରାଯିବା ସହ ଖୁବ ଶୀଘ୍ର ସ୍ୱାସ୍ଥ୍ୟ ବୀମା ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର ମଧ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଇନଜୀବୀମାନଙ୍କ ଏକତା ଓ ସଂଗଠିତ ପ୍ରୟାସକୁ ଭୁୟସୀ ପ୍ରଶଂସା କରିଥିଲେ।             

             କାର୍ଯ୍ୟକ୍ରମରେ ସଂଘର ଉପଦେଷ୍ଟା ଶ୍ରୀ ଜୀବନ କୁମାର ସାହୁ, ଓଡ଼ିଶା ରାଜ୍ୟ ବାର୍ କାଉନ୍ସିଲର ଉପାଧ୍ୟକ୍ଷ ଶ୍ରୀ ରାଜୀବ କୁମାର ମହାନ୍ତି, ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନର ସଭାପତି ଶ୍ରୀ ଲଲାଟେନ୍ଦୁ ସାମନ୍ତରାୟ, ରାଜ୍ୟ ଲ’ କମିଶନ ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ସୌରଚନ୍ଦ୍ର ମହାପାତ୍ର ପ୍ରମୁଖ ବିଶିଷ୍ଟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ ।

             ସଭାରେ ଆଇନଜୀବୀ ସମାଜ ସମ୍ମୁଖୀନ ବିଭିନ୍ନ ସମସ୍ୟା ଓ ସେଗୁଡ଼ିକର ସ୍ଥାୟୀ ସମାଧାନ ନେଇ ଗଭୀର ଆଲୋଚନା କରାଯାଇଥିଲା । ଆଡଭୋକେଟ୍ ୱେଲଫେର୍ ଫଣ୍ଡକୁ ୧୦ କୋଟିରୁ ୨୦ କୋଟି ଟଙ୍କାକୁ ବୃଦ୍ଧି, ଓଡ଼ିଶାରେ ଆଡଭୋକେଟ୍ ପ୍ରୋଟେକ୍ସନ୍ ଆକ୍ଟ ପ୍ରଣୟନ, ଆଇନଜୀବୀ ଓ ସେମାନଙ୍କ ପରିବାର ପାଇଁ ସ୍ୱାସ୍ଥ୍ୟ ବୀମା ଯୋଜନା, ଆଡଭୋକେଟ୍ ଏକାଡେମିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ଏବଂ ଭୁବନେଶ୍ୱରରେ (ଏ.ଓ.ଏଲ୍.ଏ) କାର୍ଯ୍ୟାଳୟ ପାଇଁ ସରକାରୀ ଆବାସ ବ୍ୟବସ୍ଥା କରିବା ଭଳି ଦାବି ସରକାରଙ୍କ ନିକଟରେ ଉପସ୍ଥାପିତ ହୋଇଥିଲା ।

              ସମ୍ମାନ ଗ୍ରହଣ କରିବା ପରେ ସଞ୍ଜିତ କୁମାର ପାଣିଗ୍ରାହୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ନିଖିଳ ଓଡ଼ିଶା ଆଇନଜୀବୀ ସଂଘ ପକ୍ଷରୁ ମିଳିଥିବା ଏହି ସମ୍ମାନ ତାଙ୍କ ପାଇଁ ଗୌରବ ଓ ଅପାର ପ୍ରେରଣାର ବିଷୟ । ସେ କହିଥିଲେ ଯେ, ଆଇନଜୀବୀ ସମାଜ କେବଳ ନ୍ୟାୟ ପ୍ରତିଷ୍ଠାର ଭିତ୍ତି ନୁହେଁ, ବରଂ ସାମାଜିକ ନ୍ୟାୟ, ସଚେତନତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷାରେ ମଧ୍ୟ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି । ଆଇନ ବୃତ୍ତି କେବଳ ଏକ ପେଶା ନୁହେଁ, ଏହା ସମାଜ ପ୍ରତି ଏକ ନିଷ୍ଠାପୂର୍ଣ୍ଣ ସେବାର ମାଧ୍ୟମ ବୋଲି ସେ ମତପ୍ରକାଶ କରିଥିଲେ । ଆଗାମୀ ଦିନରେ ଆଇନଜୀବୀମାନଙ୍କ ଅଧିକାର, ସୁରକ୍ଷା ଓ କଳ୍ୟାଣ ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଜଣାଇଥିଲେ । ସଂଘ ପକ୍ଷରୁ ମିଳିଥିବା ଏହି ସମ୍ମାନ ପାଇଁ ସେ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟଙ୍କ ପ୍ରତି ହୃଦୟରୁ କୃତଜ୍ଞତା ଜଣାଇଥିଲେ ।

             ଶେଷରେ ସଂଘର ପ୍ରଶାସନିକ ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS