BREAKING
Loading...
:

ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ ଉପରେ ଓଲଟିଲା ଗୋରୁ ବୋଝଇ ମିନିଟ୍ରକ.

 ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ ଉପରେ ଓଲଟିଲା ଗୋରୁ ବୋଝଇ ମିନିଟ୍ରକ.



 ବାଙ୍କୀ -:ଗତକାଲି ରାତିରେ ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ ଉପରେ ଓଲଟିଲା ଗୋରୁ ବୋଝଇ ମିନିଟ୍ରକ. ଗୋରୁ ଗାଡି ଯାଉଥିବାର ଖବର ପାଇଁ ବଜରଙ୍ଗୀ ଦଳ ସେମାନଙ୍କ ପିଛା କରିଥିଲେ.ସେମାନେ  ଗାଡିକୁ ଦ୍ରୁତ ଗତିରେ ନେଇ କି ଯାଉଥିବ ସମୟରେ ଭାରସ୍ୟାମ ହରାଇ ଗୋରୁ ବୋଝେଇ ଟ୍ରକ ବ୍ରିଜ ଉପରେ ଓଲଟି ପଡିଥିଲା. ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା. ବଜରଙ୍ଗୀ ଦଳ ଓ ସ୍ଥାନୀୟ ଜନସାଧାରଣ ଙ୍କ ଦ୍ୱାରା ଗୋମାତା ଙ୍କୁ ଉଦ୍ଧାର କରାଯଇଥିଲା. ସେହି ସମୟରେ ରାସ୍ତା ଗହଳି ହୋଇଯିବାରୁ ଆଉ ଦୁଇଟି ଗୋରୁ ବୋଝେଇ ଟ୍ରକ ଯିବାକୁ ବାଟ ନ ପାଇଁ ଫସିଯାଇଥିଲା. ଖବର ପାଇଁ ସୁବର୍ଣ୍ଣପୁର ଫାଣ୍ଡି ଓ ବାଙ୍କୀ ପୋଲିସ ଘଟଣା ସ୍ଥଳରେ ପହଂଚି ଗାଡି ଦୁଇଟି କୁ ଜବତ କରିଥିଲେ. ତିନୋଟି ଯାକ ଗାଡ଼ିରୁ ପ୍ରାୟ ୩୫ଟି ଗୋମାତା ଙ୍କୁ ଉଦ୍ଧାର କରାଯାଇଥିଲା. ସେଥିମଧ୍ୟରୁ କିଛି ଗୋମାତା ଙ୍କୁ ସ୍ଥାନୀୟ ଜନସାଧାରଣ ନେଇ ଥିଲେ ଓ ଅବଶିଷ୍ଟ ଗୋମାତା ଙ୍କୁ ଗୋଶାଳା କୁ ପଠାଯାଇଥିଲା ଏବଂ ଦୃଘଟଣା ଗ୍ରସ୍ତ ଗାଡି ଟିକୁ ପୋଲିସ ମେସିନି ସାହାଯ୍ୟ ରେ ରାସ୍ତା ରୁ ହଟାଇବାରୁ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS