*ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଞ୍ଜାମ ଔଷଧ ବ୍ୟବସାୟୀ ସଂଘ ଜିପିସିଡିଏ ତରଫରୁ ରାଜ୍ୟ ଔଷଧ ବ୍ୟବସାୟୀ ସଂଘ, ସିପିଏସ ମହୁଡ଼ା ଓ ଏନଟିଆର ସେବା ସମିତି ସହଯୋଗରେ ଆଜି ଠାରୁ ଏକ ମାସ ପର୍ଯ୍ୟନ୍ତ ମାଗଣା ଗ୍ଲୁକୋଜ ବଣ୍ଟନ କାର୍ଯ୍ୟକ୍ରମ ରାମଲିଙ୍ଗମ ରୋଡ ଗାନ୍ଧୀ ପାର୍କ ସମ୍ମୁଖରେ ଆରମ୍ଭ ହୋଇଛି l ଏଥିରେ ରାଜ୍ୟ ଔଷଧ ବ୍ୟବସାୟୀ ସଂଘ ସଭାପତି ତଥା ଜିପିସିଡିଏ ସଂପାଦକ ପି ସତ୍ୟନାରାୟଣ ବାବୁ, ଜିପିସିଡିଏ ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା, ଜିପିସିଡିଏ ଉପଦେଷ୍ଟା ତଥା ସିପିଏସ ଅଧକ୍ଷ ଭି ଜଗନ୍ନାଥ ରାଓ, ଜିପିସିଡିଏ କୋଷାଧ୍ୟକ୍ଷ ବଲ୍ଲଭ ଚନ୍ଦ୍ର ପାଣିଗ୍ରାହି, ବାଓ ସାଇନ୍ସ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ପିଆରଓ ନାଗେଶ୍ୱର ପୃଷ୍ଟି, ଏନଟିଆର ସେବା ସମିତି ସଭାପତି ଶ୍ରୀନିବାସ ରାଓ, ସଂପାଦକ ଲକ୍ଷଣ ରାଓ, ସମାଜସେବୀ ଜେ ସୈଳଜାଙ୍କ ସମେତ ସମସ୍ତ ସଂଗଠନର ବହୁ କର୍ମକର୍ତା ଉପସ୍ଥିତ ରହି ବାଟୋଇ ମାନଙ୍କୁ ଗ୍ଲୁକୋଜ ବଣ୍ଟନ କରିଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment