ନଗଦ ୪୦ ଲକ୍ଷ ଟଙ୍କା ସହ ଯୁବକ ଅଟକ,ଟିଟିଲାଗଡ ରେଳ ସୁରକ୍ଷା ବଳ ର ଜି ଏସ ଟି ବିଭାଗ ସହ ଅଧିକ ତଦନ୍ତ ଜାରି।
ବଲାଙ୍ଗୀର/ଟିଟିଲାଗଡ଼: ଟିଟିଲାଗଡ ରେଳ ସୁରକ୍ଷା ବଳ (ଆର ,ପି, ଏଫ)କେସିଙ୍ଗା ରେଳ ଷ୍ଟେସନରୁ ନଗଦ ୪୦ ଲକ୍ଷ ଟଙ୍କା ଜବତ କରି ଜଣେ ସନ୍ଦିଗ୍ଧ ଯୁବକ କୁ ଅଟକ ରଖି ସବିଶେଷ ତଦନ୍ତ ଆରମ୍ଭ କରିଛି। ଟିଟିଲାଗଡ ରେଳ ସୁରକ୍ଷା ବଳ ପୋଲିସ ଅଧିକାରୀ ଏ ନେଇ ଟିଟିଲାଗଡ ଜିଏସଟି ବିଭାଗ ସହ ତଦନ୍ତ ଆରମ୍ଭ ହେଇଥିବା ସୂଚନା ଦେଇଛନ୍ତି । କେସିଙ୍ଗା ରେଳ ଷ୍ଟେସନ ରେ ରେଳ ବିଭାଗ ପୋଲିସ ଜଣେ ଯୁବକ ଗୋଟିଏ ବ୍ୟାଗରେ ନଗଦ ୪୦ ଲକ୍ଷ ଟଙ୍କା ନେଉଥିବା ବେଳେ ସନ୍ଦେହ ସୃଷ୍ଟି ହେବା ଯୋଗୁଁ ଟିଟିଲାଗଡ ରେଲୱେ ପୋଲିସ ତାଙ୍କୁ ଅଟକ ରଖି ସବୁ ଟଙ୍କା ଜବତ କରିଛି । ଉକ୍ତ ଯୁବକ ଙ୍କ ନାଁ ପ୍ରଭାତ ସମୁଏଲ ବୋଲି ପ୍ରକାଶ ପାଇଛି।
ଯୁବକଟି କେସିଙ୍ଗା ଅଞ୍ଚଳର ଜଣେ ବ୍ୟବସାୟୀ ଅଜୟ ସୋନି ଙ୍କ ଠାରୁ ଏହି ଟଙ୍କା ନେଇ ରାୟପୁର ଯାଉଥିବା ପ୍ରକାଶ କରିଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment