BREAKING
Loading...
:

ବହୁଦିନର ବରପାଲି ଉପଖଣ୍ଡ ମାନ୍ୟତା ସାଧାରଣ ଦାବିରେ ପରିଣତ

 ବହୁଦିନର ବରପାଲି ଉପଖଣ୍ଡ ମାନ୍ୟତା ସାଧାରଣ ଦାବିରେ ପରିଣତ



ବରଗଡ଼/ବରପାଲି:/


ବରପାଲି ଉପଖଣ୍ଡ ମାନ୍ୟତା ଆଜି ଏକଜନଦାବୀପରିଣତ ହେବାକୁ ଯାଉଛି। ଉପଖଣ୍ଡ ଦାବୀ ଆଜିକାର ନୁହେଁ। ବିଗତ ଦିନର ଅଭିବକ୍ତ ସମ୍ବଲପୁର ଜିଲ୍ଲାରେ ବରପାଲି ଅଞ୍ଚଳ ରହିଥିବା ସମୟରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମିଳିତ ଭାବରେ ବହୁବାର ଦାବୀ ଉପସ୍ଥାପନ କରାଯାଇଛି। ହେଲେ ସରକାର ବଦଳୁଥିବା ବେଳେ ଦାବୀଟି କେବଳ ପ୍ରତିଶୃତି ମଧ୍ଯରେ ଅଞ୍ଚଳବାସୀଙ୍କୁ ନୈରାଶ୍ୟଜନକ ସ୍ଥିତିରେ ପକାଇ ରଖିଛି। ସମସ୍ତ ପ୍ରକାର ଯୁକ୍ତିଯୁକ୍ତ ଯୋଗ୍ୟତା ଓ ସୁବିଧା ସୁଯୋଗ ରହିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସୁଫଳ ମିଳିବା ସାଧାରଣଙ୍କୁ ବ୍ୟଥିତ କରୁଛି। ବର୍ତ୍ତମାନର ଅବସ୍ଥିତିକୁ ନଜରକୁ ନେଇ ବରପାଲି ଓକିଲ ସଂଘ ପକ୍ଷରୁ  ସଂଘ କାର୍ଯ୍ୟାଳୟ ପରିସରରେ ସଭାପତି ମନୋଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ହୋଇଥିଲା। ସଭାରେ ସଂଘ ସଦସ୍ୟଗଣଙ୍କ ସମେତ ବିଭିନ୍ନ ଅନୁଷ୍ଠାନର ମୂଖ୍ଯ ଏବଂ ରାଜନୈତିକ ଦଳର ନେତୃବୃନ୍ଦ ସାମିଲ ହୋଇଥିଲେ। ସଭାରେ ରାଜ୍ୟ ସରକାରଙ୍କ ଦୃଷ୍ଟିଗୋଚରକୁ ଆଣିବା ସହ ସ୍ଥାନୀୟ ବିଧାୟକ, ସଂସଦ ଓ ବିଭାଗୀୟ ମନ୍ତ୍ରୀମାନଙ୍କ ସହ ଆଲୋଚନା ମାଧ୍ୟମରେ କାର୍ଯ୍ୟଶୈଳୀ ଆପଣାଇବାକୁ ସ୍ଥିରୀକୃତ ହୋଇଥିଲା। ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦର ଲୋକ

ସଂଖ୍ୟା ୨୭ ହଜାରରୁ ଊର୍ଦ୍ଧ୍ଵ ରହିଥ‌ିବା ବେଳେ ବ୍ଳକ ଅର୍ନ୍ତଗତ ୨୩ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଏକଲକ୍ଷ କୋଡିଏ ହଜାରରୁ ଉର୍ଦ୍ଧ୍ଵ ଜନବସତି ରହିଛନ୍ତି। ସେହିପରି ସରକାରଙ୍କ ଦ୍ବାରା ସ୍ଥାପିତ କାର୍ଯ୍ୟାଳୟ ମଧ୍ଯରେ  ବ୍ଲକ ସହ ଏନଏସି, ଜଳସେଚନ ଓ ବିଦ୍ୟୁତ ଉପଖଣ୍ଡ, ତହସିଲ, ସବ୍‌ଷ୍ଟ୍ରେଜେରୀ ସହ ଦଶଟି ଜାତୀୟକରଣ ବ୍ୟାଙ୍କ ଏବଂ  ଦୁଇଟି ଆଞ୍ଚଳିକ ବ୍ୟାଙ୍କ ସହ ପାଞ୍ଚଟି ସମବାୟ ସମିତି, ଦୁଇଟି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର, ଏକ ଅଗ୍ନିଶମ ବିଭାଗ, ବିଚାର ବିଭାଗୀୟ ଅଦାଲତ, ତିନୋଟି ସାଧାରଣ ଡିଗ୍ରୀ ମହାବିଦ୍ୟାଳୟ, ବହୁ ଯୁକ୍ତ ଦୁଇ ମହାବିଦ୍ୟାଳୟ ସଠିକ ଭାବରେ କାର୍ଯ୍ଯରତ ରହିଛି। ସେହିପରି ବରଗଡ଼ ଜିଲ୍ଲାର ଦ୍ବିତୀୟ ବ୍ୟବସାୟିକ ସହର ହୋଇଥିବା ବେଳେ ଆଦର୍ଶ ରେଳ ଷ୍ଟେସନର ମାନ୍ୟତା ପାଇଛି। ବହୁଦିନରୁ ବରପାଲି  ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ବେଳେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମପୀଠ, ବାନ୍ଧ କଳାକ୍ଷେତ୍ର, ବାନ୍ଧଶିଳ୍ପ, ଟସରଶିଳ୍ପ, ଟେରାକୋଟା ଓ ବିଭିନ୍ନ ହସ୍ତତନ୍ତ କାରୁକାର୍ଯ୍ୟ ଖଚିତ କାର୍ଯ୍ୟକ୍ରମ ନିମନ୍ତେ ପ୍ରତିଦିନ ବିଭିନ୍ନ ସ୍ଥାନରୁ ବହୁ ପର୍ଯ୍ୟଟନଙ୍କ ଆଗମନ ହୋଇଥାଏ । ସୂଚନାଯୋଗ୍ୟ ଯେ ପୂର୍ବରୁ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ  ବର୍ତ୍ତମାନର ବରଗଡ ଜିଲ୍ଲାର ବରଗଡ଼ ଓ ପଦ୍ମପୁର ଦୁଇଟି ଉପଖଣ୍ଡ ଭାବରେ କାର୍ଯ୍ୟକାରୀ ହେଉଥିଲା। ପର ମୂହୁର୍ତ୍ତରେ ବରଗଡ଼ ଜିଲ୍ଲାର ମାନ୍ୟତା ପାଇଲା। ଅଥଚ ଆଜି ମଧ୍ୟ ସେହି ଦୁଇଟି ଉପଖଣ୍ଡରେ ସୀମିତ ରହିଯାଇଛି। କିନ୍ତୁ ବରପାଲି ଉପଖଣ୍ଡ ମାନ୍ୟତା ଅଞ୍ଚଳବାସୀଙ୍କ ମୂଖ୍ଯ ଦାବୀ ଭାବରେ ମନରେ ରହିଯାଇଛି। ଆଗାମି ଦିନରେ ସରକାରଙ୍କ ସହଯୋଗ ମିଳିପାରିବ ବୋଲି ଅଞ୍ଚଳବାସୀ ମନରେ ଆଶା ରଖିଥିବା ଜଣାପଡୁଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS