ବାଙ୍କୀ ଏନ୍.ଏ.ସି ପକ୍ଷରୁ ଅଗ୍ନିଶମ ବିଭାଗ ସହାୟତାରେ ଅଗ୍ନି ନିରାପତା ସଂପର୍କରେ କର୍ମଶାଳା
ବାଙ୍କୀ, 28/3(ମାନସ ରଞ୍ଜନ ସାହୁ ):ବାଙ୍କୀ ଏନ୍.ଏ.ସି ପକ୍ଷରୁ ଅଗ୍ନିଶମ ବିଭାଗ ସହାୟତାରେ ବଡ ବଡ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ କିଭଳି ଅଗ୍ନି ନିରାପତ୍ତା ରକ୍ଷା କରାଯାଇ ପାରିବ ସେ ସଂପର୍କରେ ଏକ କର୍ମଶାଳା ସହ ମକ୍ଡିଲ୍ ଅନୁଷ୍ଠିତ ହୋଇଥିଲା । ପରିଷଦର ବାତ୍ୟା ଆଶ୍ରୟ ସ୍ଥଳରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ନଗରପାଳ ମାଣିକ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଉପନଗରପାଳ ସନ୍ତୋଷ କୁମାର ରଣା, ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ, ବଣିକ ସଂଘ ସଭାପତି ପ୍ରତାପ ଚନ୍ଦ୍ର ମହାପାତ୍ର, କାଉନସିଲର ସନାତନ ବେହେରା, ମନୋରମା ବେହେରା, ସଂଜୟ ପୃଷ୍ଟି, ଅଗ୍ନିଶମ କେନ୍ଦ୍ରର ଅଫିସର ହାପିନା ଭୋଳ ପ୍ରମୁଖ ଯୋଗଦାନ କରି ବାଙ୍କୀ ବଜାରରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନରେ ଅଗ୍ନି ନିରାପତାକୁ ସୁଦୃଢ଼ କରାଯିବା ପାଇଁ ବ୍ୟବସାୟୀମାନଙ୍କୁ ପରାମର୍ଶ ଦେଇଥିଲେ । ଅଗ୍ନିକାଣ୍ଡ ସମୟରେ କି କି ବ୍ୟବସ୍ଥା କରାଯିବ ସେ ସଂପର୍କରେ ମକ୍ଡ୍ରିଲ୍ ମାଧ୍ୟମରେ ସଚେତନତା କରାଯାଇଥିଲା । ଏଥି ସହିତ ଅଗ୍ନ୍ିକୁ ଆୟତ କରିବା ଓ ଉଦ୍ଧାର କାର୍ଯ୍ୟ ସଂପର୍କରେ ଅଗ୍ନିଶମ ଅଧିକାରୀ ଶ୍ରୀ ଭୋଳ ବିଭିନ୍ନ କୌଶଳ ଶିକ୍ଷା ଦେଇଥିଲେ । କାର୍ଯ୍ୟକ୍ରମରେ ସଂଜୀବ କୁମାର ସାହୁ, ଦିଗମ୍ବର ନାୟକ, ପ୍ରକାଶ ଚନ୍ଦ୍ର ବରାଡ, ରମେଶ ଚନ୍ଦ୍ର ସେଠୀ, ଶେକ୍ ରାଜଉଦ୍ଦିନ୍ ପ୍ରମୁଖ ସହଯୋଗ କରିଥିଲେ ।
ମଣିଭଦ୍ରା ଖବର, ବାଙ୍କୀ


Post a Comment