BREAKING
Loading...
:

ବାଙ୍କୀ କଲେଜରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ୩ଦିନିଆ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ପ୍ରାଥମିକ ଚିକିତ୍ସା ଶିବିର ଉଦ୍‌ଘାଟିତ

 ବାଙ୍କୀ କଲେଜରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ୩ଦିନିଆ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ପ୍ରାଥମିକ ଚିକିତ୍ସା ଶିବିର ଉଦ୍‌ଘାଟିତ



ବାଙ୍କୀ,୨୮ା୩(ମାନସ ରଞ୍ଜନ ସାହୁ ): ଆଜି ବାଙ୍କୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଏବଂ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ସହଯୋଗରେ ୩ଦିନିଆ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ପ୍ରାଥମିକ ଚିକିତ୍ସା ଶିବିର ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନ ଉତ୍ସବରେ ଅଧ୍ୟକ୍ଷ ପ୍ରାଧ୍ୟାପକ  ପ୍ରମୋଦ କୁମାର ପଣ୍ଡା ସଭାପତିତ୍ୱ କରିବା ସହିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସ୍ୱେଚ୍ଛାସେବୀମାନେ କିପରି ସେବାମନୋଭାବ ରଖି କାର୍ଯ୍ୟ କରିବେ ସେ ସଂପର୍କରେ ଆଲୋକପାତ କରିଥିଲେ । ବାଙ୍କୀ କଲେଜ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।  ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ବାଙ୍କୀ ପ୍ରଣବ କୁମାର ବେହେରା ଯୋଗଦାନ କରି ଶିବିରକୁ ଉଦ୍‌ଘାଟନ କରିବା ସହିତ ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟା, ଭୂମିକମ୍ପ ଯୋଗୁଁ ଘଟୁଛି ଓ ଏହାର କିପରି ମୁକାବଲା ହୋଇ ପାରିବ ସେ ସଂପର୍କରେ ବହୁ ତଥ୍ୟ ପ୍ରଦାନ କରିଥିଲେ । ଏଥି ସହିତ ପ୍ରାଥମିକ ଚିକିତ୍ସା ଶିଖିବା ଦ୍ୱାରା ସ୍ୱେଚ୍ଛାସେବୀମାନେ ଦୁର୍ଘଟଣାଗ୍ରସ୍ତ ଜନସାଧାରଣଙ୍କୁ କିପରି ଚିକିତ୍ସା କରିପାରିବେ ସେ ସଂପର୍କରେ ଶ୍ରୀ ବେହେରା ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ଜାତୀୟ ସେବା ଯୋଜନା ଅଧିକାରୀ ତଥା ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଜାତୀୟ ସେବା ଯୋଜନା ହେଉଛି ବୃହତ୍ତମ ଛାତ୍ର ସେବା ସଂଗଠନ ଓ ଏହି ସେବା ଯୋଜନାରେ ଥିବା ସ୍ୱେଚ୍ଚାସେବୀମାନେ  ସର୍ବଦା ଜନସାଧାରଣଙ୍କ ସେବା କରିବା ସହିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସହାୟ ହୋଇଥାନ୍ତି ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ କଟକ ଜିଲ୍ଲା ଜାତୀୟ ସେବା ଯୋଜନାର ନୋଡାଲ୍ ଅଧିକାରୀ ଅଧ୍ୟାପକ ମହେନ୍ଦ୍ର କୁମାର ମହାପାତ୍ର ଯୋଗଦାନ କରି ଜାତୀୟ ସେବା ଯୋଜନାର ଐତିହ୍ୟ ଓ ଗାରିମା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ପ୍ରାକୃତିକ ବିପର୍ଯ୍ୟୟ ସଂପର୍କରେ ଏନ୍‌.ଡି.ଆର.ଏଫ୍ ଅନୁଷ୍ଠାନର କର୍ମକର୍ତ୍ତାମାନେ ଛାତ୍ରଛାତ୍ରୀଙ୍କୁ ପ୍ରାକୃତିକ ପରିଚାଳନା ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଅଧ୍ୟାପକ ପ୍ରକାଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇଥିବା ବେଳେ ଅଧ୍ୟାପକ ଚିନ୍ମୟ କୁମାର ତ୍ରିପାଠୀ ଓ ଅଧ୍ୟାପିକା ସରସ୍ୱତୀ ଦେଉରୀ ସଭା ପରିଚାଳନା କରିଥିଲେ ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS