BREAKING
Loading...
:

ଜଗନ୍ନାଥ ମନ୍ଦିରରେ ପୁଷ୍ୟାଭିଷେକ ଅନୁଷ୍ଠିତ

 ଜଗନ୍ନାଥ ମନ୍ଦିରରେ ପୁଷ୍ୟାଭିଷେକ ଅନୁଷ୍ଠିତ 



ଗଣିଆ ୩/୦୧(ମଣିଭଦ୍ରା ଖବର) ଗଣିଆରେ ଥିବା ଜଗନ୍ନାଥ ମନ୍ଦିର ପରିସରରେ ବାର୍ଷିକ ପୁଷ୍ୟାଭିଷେକ ଅନୁଷ୍ଠିତ ହୋଇଯାଇଛି । ଶନିବାର ପୂର୍ବାହ୍ନରେ ପୂଜାର୍ଚ୍ଚନା, ପୁଷ୍ପାଞ୍ଜଳି,ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଜଗନ୍ନାଥ ,ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନଙ୍କୁ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା । ମନ୍ଦିର ପରିସରରେ ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ ପରିବେଷଣ କରିଥିଲେ । ପୂଜକ ରାମଚନ୍ଦ୍ର ଦାଶ, ଜଗନ୍ନାଥ ଦାଶ ଉପସ୍ଥିତ ରହି ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ପୁଷ୍ୟାଭିଷେକ ଦେଖିବା ପାଇଁ ବହୁତ ଭକ୍ତଙ୍କ ସମାଗମ ହୋଇଥିଲା। ପରିଚାଳନା କମିଟିର ମୁଖ୍ୟ ଟ୍ରଷ୍ଟି ଅକ୍ଷୟ କୁମାର ସାହୁ,ଉଦ୍ୟନାଥ ସାହୁ, ଆନନ୍ଦ ଚନ୍ଦ୍ର ବେହେରା, ସୁନିଲ କୁମାର ସାହୁ,ବ୍ରଜ କିଶୋର ସାହୁ,ପ୍ରଭାତ କୁମାର ଦାଶଙ୍କ ସମେତ ସମସ୍ତ ସଦସ୍ୟ ତଥା ଗ୍ରାମବାସୀ ସହଯୋଗ କରିଥିଲେ । ଭକ୍ତ ମାନଙ୍କ ପାଇଁ ପ୍ରସାଦର ବନ୍ଦୋବସ୍ତ କରାଯାଇଥିଲା ।



ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS