ପାଣି ବୋତଲ , ରାଶି ତେଲ ଓ ଝଡା ଫୁଙ୍କାରେ ବହୁ ରୋଗ ଭଲ କରୁଛନ୍ତି ରାଜୁ ବାବା
ବାଙ୍କୀ (ମଣିଭଦ୍ରା ଖବର) ବିନା ଔଷଧରେ କେବଳ ରାଶି ପାଣି ବୋତଲ , ରାଶି ତେଲ ଓ ଝଡା ଫୁଙ୍କାରେ ରୋଗ ଭଲ କରୁଛନ୍ତି ରାଜୁ ବାବା। ହାର୍ଟ , କ୍ୟାନସର , ମଳକଣ୍ଟକ , ଅର୍ଶ , ପାରାଲିସିସ , ଧାତୁ ପଡ଼ିବା , ଆଣ୍ଠୁ ଗଣ୍ଠି ରୋଗ , ଆଖି ରୋଗ ଆଦି ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥିବା ଲୋକମାନଙ୍କୁ ସୁସ୍ଥ କରୁଥିବା ନେଇ ରାଜୁ ବାବା ଙ୍କ ନିକଟକୁ ବିଶ୍ୱାସ ରଖି ଚରିଆଡୁ ଲୋକେ ରାଜୁ ବାବା ଙ୍କ ନିକଟକୁ ଧାଇଁ ଆସୁଛନ୍ତି । ଭୁବନେଶ୍ୱର ଖଣ୍ଡଗିରି ଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସ୍ଥାନରେ ମହାଦେବଙ୍କ ପୀଠରେ ରହି ଲୋକ ମାନଙ୍କୁ ସେବା ଯୋଗାଇ ଦେଉଛନ୍ତି ରାଜୁ ବାବା। ବର୍ତ୍ତମାନ ବାଙ୍କୀ ଓ ତିଗିରିଆ ମଧ୍ୟ ସ୍ଥଳ ବଡ ନାଉପୁଟ ପଞ୍ଚାୟତ ସ୍ଥିତ ବାଉଳାଙ୍ଗ ଗ୍ରାମର ଆରାଧ୍ୟ ଦେବୀ ମା ' ବଉଳେଇ ଙ୍କ ବିଜେସ୍ଥଳୀ ପୀଠରେ ଆଜକୁ ୧୫ ଦିନ ଧରି ଏଠାରେ ରହି ରାଜୁ ବାବା ନିରବଚ୍ଛିନ୍ନ ସ୍ଵାସ୍ଥ୍ୟ ସେବା ଯୋଗାଉଥିବା ଖବର ପାଇ ପ୍ରତ୍ୟେକ ଦିନ ବାଙ୍କୀ , ଆଠଗଡ଼ , ତିଗିରିଆ , ବଡମ୍ବା ଆଦି ବିଭିନ୍ନ ଅଂଚଳରୁ ରୋଗାକ୍ରାନ୍ତ ଲୋକ ମାନଙ୍କ ଭିଡ଼ ପରିଲକ୍ଷିତ ହେଉଛି । ବାବା ଅମରେଶ୍ୱର ମହାଦେବ ଏବଂ ଶ୍ରୀ ଶ୍ରୀ ଶନିଶ୍ଚର ଙ୍କ ଆଜ୍ଞା ତଥା ନିର୍ଦ୍ଦେଶ କ୍ରମେ ରାଜୁ ବାବା ଏପରି ସ୍ଵାସ୍ଥ୍ୟ ସେବାରେ ନିଜକୁ ନିୟୋଜିତ କରିଥିବା ପ୍ରକାଶ କରିଛନ୍ତି ରାଜୁ ବାବା । ପାଣି ବୋତଲ ବାବା ଭାବେ ବେଶ ପରିଚିତ ଲାଭ କରିଛନ୍ତି । ଏଭଳି ମହତ୍ତ୍ଵ କାର୍ଯ୍ୟରେ ଅନିଲ କୁମାର ଜେନା ପରିଚାଳନା କରୁଥିବା ବେଳେ ପୂର୍ଣ୍ଣଚନ୍ଦ୍ର ବାରିକ , ରଞ୍ଜୁଲତା ବାରିକ , ରତ୍ନାକର ପ୍ରଧାନ ସୁଧାଂଶୁ ଭୂଷଣ ପାଳ ପ୍ରମୁଖ ସହଯୋଗ କରୁଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment